ଭୁବନେଶ୍ବର : ରୟାଲ ଏନଫିଲ୍ଡ ନିଜ ଲୋକପ୍ରିୟ ମୋଟରସାଇକେଲ ହଣ୍ଟର ୩୫୦କୁ ନୂଆ ରଙ୍ଗ ‘ଗ୍ରାଫାଇଟ୍ ଗ୍ରେ’ରେ ଲଞ୍ଚ୍ କରିଛି । ଏହି ନୂଆ ରଙ୍ଗ ମିଡ୍-ଭାରିଆଣ୍ଟରେ ମିଳିବ । ପୂର୍ବରୁ ରିୟୋ ହ୍ବାଇଟ୍ ଓ ଡେପର ଗ୍ରେ ରଙ୍ଗରେ ଏହି ବାଇକ୍ ଉପଲବ୍ଧ ଅଛି । ନୂଆ ରଙ୍ଗ ସହିତ ହଣ୍ଟର ୩୫୦ ଏବେ ସମୁଦାୟ ୭ ପ୍ରକାର ରଙ୍ଗରେ ଉପଲବ୍ଧ ହେବ ।
ନୂଆ ଗ୍ରାଫାଇଟ୍ ଗ୍ରେ ରଙ୍ଗ ଷ୍ଟ୍ରିଟ୍ ଗ୍ରାଫିଟି ଆର୍ଟରୁ ପ୍ରେରିତ । ଏହି ରଙ୍ଗ ଗାଡିକୁ ବୋଲ୍ଡ୍ ଓ ଫ୍ରେଶ୍ ଲୁକ୍ ଦେଉଛି । ଗାଡିରେ ଅଧିକ ଗ୍ରାଉଣ୍ଡ କ୍ଲିୟରାନ୍ସ, ଆରାମଦାୟକ ସିଟ୍, ନୂଆ ସସପେନ୍ସନ ଓ ସ୍ଲିପ୍-ଆସିଷ୍ଟ କ୍ଲଚ ଭଳି ସୁବିଧା ମିଳିବ । ଏଥିରେ ୩୪୯ ସିସି ଜେ-ସିରିଜ ଇଞ୍ଜିନ୍ ମିଳିଥାଏ ଯାହା ଦମଦାର ପ୍ରଦର୍ଶନ ସହିତ ଭରସାଦାୟକ ରାଇଡିଂର ଅନୁଭୂତି ଦେଇଥାଏ । ଏହା ସହ ଏଲଇଡି ହେଡଲ୍ୟାମ୍ପ, ଟ୍ରିପର ପଡ୍ ଓ ଟାଇପ୍-ସି ୟୁଏସବି ଫାଷ୍ଟ ଚାର୍ଜିଂ ଭଳି ମଡର୍ନ ଫିଚର ବାଇକରେ ମିଳୁଛି । କମ୍ପାନୀ ଏହାର ଏକ୍ସ-ଶୋରୁମ୍ ଦାମ୍ ୧,୭୬,୭୫୦ ଟଙ୍କା ରଖିଛି । ନୂଆ ଗ୍ରାଫାଇଟ୍ ଗ୍ରେ ଭାରିଆଣ୍ଟ ସାରା ଦେଶରେ ରୟାଲ ଏନଫିଲ୍ଡ ଷ୍ଟୋର, କମ୍ପାନୀ ଆପ୍ ଓ ଓ୍ବେବସାଇଟରୁ ବୁକ୍ କରିହେବ ।



