www.samajalive.in
Saturday, December 6, 2025
17.1 C
Bhubaneswar

ରାହୁଲଙ୍କୁ ସମର୍ଥନରେ ଇଣ୍ଡି ମେଣ୍ଟ: ଭୋଟ ଚୋରି ଅଭିଯୋଗରେ ବିରୋଧୀଙ୍କ ଶୋଭାଯାତ୍ରା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ବିରୋଧରେ ରାହୁଲ ଗାନ୍ଧୀ ଆଣିଥିବା ଭୋଟ ଚୋରି ଅଭିଯୋଗ ଏବେ ଆହୁରି ଉଷ୍ମ ହେବାରେ ଲାଗିଛି । ଏହାର ପ୍ରତିବାଦରେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଏକ ଶୋଭାଯାତ୍ରା କରାଯାଇଛି । ରାହୁଲଙ୍କୁ ସମର୍ଥନ କରି ଅଖିଳେଶ ଯାଦବ ତାଙ୍କ ସପକ୍ଷରେ ବାହାରିଛନ୍ତି ।  ଶୋଭାଯାତ୍ରା ବେଳେ ଅଖିଳେଶ କହିଛନ୍ତି  ‘ନିର୍ବାଚନ କମିଶନଙ୍କ ବିରୋଧରେ ଏପରି ଅଭିଯୋଗ ପ୍ରଥମ ଥର ନୁହେଁ । ଆମ ଦଳ ମଧ୍ୟ ଏପରି ପ୍ରସଙ୍ଗ ଉଠାଇ ଆସିଛି । ଏହା ବ୍ୟତୀତ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ରାହୁଲ ଗାନ୍ଧୀଙ୍କ ବିଷୟରେ କହିଛନ୍ତି ଯେ ସେ ‘ମହାତ୍ମା ଗାନ୍ଧୀଙ୍କ ପଥ ଅନୁସରଣ କରୁଛନ୍ତି ।
ସୋମବାର ସଂସଦ ଭବନ ବାହାରେ ଇଣ୍ଡି ମେଣ୍ଡର ନେତାମାନେ ଏକାଠି ହେବା ସହ ପ୍ରତିବାଦ କରିଛନ୍ତି । ସମସ୍ତ ନେତା ନିର୍ବାଚନ ହେବାକୁ ଥିବା ରାଜ୍ୟ ବିହାରରେ ଭୋଟର ତାଲିକାର ସଂଶୋଧନ ଏବଂ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭୋଟରେ ଜାଲିଆତି ମାମଲା ବିରୋଧରେ ଶୋଭାଯାତ୍ରା କରୁଛନ୍ତି । ରାହୁଲ ଗାନ୍ଧୀ ଏହି ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories