www.samajalive.in
Saturday, December 6, 2025
23.1 C
Bhubaneswar

ଚେସ୍‌ ଖେଳ ଭଳି ରଣନୀତି ପ୍ରସ୍ତୁତ କରିଥିଲୁ-ଜେନେରାଲ ଦ୍ବିବେଦୀ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପ୍ରସଙ୍ଗରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି ଯେ ଅଭିଯାନ ସମୟରେ ଆମେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ପୂର୍ଣ୍ଣ ଚେସ୍‌ ଖେଳ ଭଳି ରଣନୀତି ପ୍ରସ୍ତୁତ କରିଥିଲୁ। ଶନିବାର ଆଇଆଇଟି ମାଡ୍ରାସରେ ଭାରତୀୟ ସେନା ରିସର୍ଚ୍ଚ ସେଲ୍‌ର ଉଦ୍‌ଘାଟନ ଅବସରରେ ଜେନେରାଲ ଦ୍ବିବେଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ଅତି ସତର୍କତାର ସହିତ ପଦକ୍ଷେପ ନେଇଥିଲୁ। କାରଣ ଆମେ ଶତ୍ରୁ ପକ୍ଷର ଗତିବିଧି ସମ୍ପର୍କରେ ଜାଣିପାରି ନଥିଲୁ। ତେଣୁ କେତେବେଳେ କ’ଣ ପଦ​‌େ​‌କ୍ଷପ ନିଆଯିବ ତା’ର ନିଷ୍ପତ୍ତି ନେବା ବହୁତ ଜଟିଳ ଥିଲା। କେତେକ ସ୍ଥାନରେ ଆମେ ପାକିସ୍ତାନକୁ ଚେକମେଟ ଦେଇଥିଲୁ ଓ ଆଉ କେତେକ ସ୍ଥାନରେ ଶତ୍ରୁକୁ ନିପାତ କରିଥିଲୁ। ଏଥିପାଇଁ ବହୁତ ରିସ୍କ ନେବାକୁ ପଡିଥିଲା। ଅପରେସନ ସିନ୍ଦୂର ପରବର୍ତ୍ତୀ ସଂଘର୍ଷରେ ପାକିସ୍ତାନ ବିଜୟ ହୋଇଥିବା ନେଇ ଯେଉଁ ଦାବି କରିଛି ତାକୁ ସେନାମୁଖ୍ୟ ଦ୍ବିବେଦୀ ପରିହାସ କରିଛନ୍ତି। ନିଜର ବିଜୟ ଦାବି କରିବା ଲାଗି ପାକିସ୍ତାନ ଯୋଜନା କରିଥିଲା। ଏଥିପାଇଁ ପାକିସ୍ତାନ ଏହାର ସେନାମୁଖ୍ୟ ଅସୀମ ମୁନିରଙ୍କୁ ପଦନ୍ନୋତି ଦେଇଥିଲା। ନିଜ ଦେଶବାସୀଙ୍କୁ ଭ୍ରମିତ କରିବା ଲାଗି ପାକିସ୍ତାନ ସରକାର ଏପରି ମିଥ୍ୟା ପ୍ରଚାର କରିଥିଲା।

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେନାକୁ ସରକାର ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିଥିଲେ। ପାକିସ୍ତାନ ବିରୋଧରେ କେତେବେଳେ ଓ କି ପ୍ରକାର ଆକ୍ରମଣ କରାଯିବ ତା’ର ସମ୍ପୂର୍ଣ୍ଣ ନିଷ୍ପତ୍ତି ସେନା ଉପରେ ଛାଡିଦିଆଯାଇଥିଲା। ସେନାକୁ ବିଶ୍ବାସଭାଜନ ପୂର୍ବକ ଏପରି ସ୍ବାଧୀନ ନିଷ୍ପତ୍ତି ନେବାର କ୍ଷମତା ପ୍ରଥମ କରି ମିଳିଥିଲା ବୋଲି ଜେନେରାଲ ଦ୍ବିବେଦୀ କହିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେନାମୁଖ୍ୟ କହିଛନ୍ତି ଯେ ଏପ୍ରିଲ ୨୫ରେ ନଦର୍ଣ୍ଣ କମାଣ୍ଡ ପାକିସ୍ତାନର ୭ଟି ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଏହି ଅଭିଯାନ ଦେଶବାସୀଙ୍କୁ ଏତେ ଉତ୍ସାହିତ କରିଥିଲା  ଯେ ଏହାକୁ କାହିଁକି ବନ୍ଦ କରାଗଲା ତା’କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦେଶବାସୀଙ୍କ ଏହି ପ୍ରଶ୍ନ ଉପରେ ଉତ୍ତର ଦିଆଯାଇଛି। ଶୁକ୍ରବାର ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହ କହିଥିଲେ ଯେ ଅପରେସନ ସିନ୍ଦୂରରେ ପାକିସ୍ତାନର ୬ଟି ଯୁଦ୍ଧବିମାନ ନଷ୍ଟ ହୋଇଥିଲା। ଏପରି କି ୩୦୦ କିମି ଦୂରରୁ ପାକିସ୍ତାନର ଯୁଦ୍ଧବିମାନ ଉପରେ ଆକ୍ରମଣ କରାଯାଇଥିଲା। ମେ ୭ରେ ଅପରେସନ ସିନ୍ଦୂର ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories