www.samajalive.in
Wednesday, December 10, 2025
16.1 C
Bhubaneswar

ଆର୍‌ଟିଆଇ ଅଧୀନକୁ ଆସିବନି ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଏହା ବଡ଼ ଆଶ୍ବସ୍ତି। ଜାତୀୟ କ୍ରୀଡ଼ା ପରିଚାଳନା ବିଧେୟକ-୨୦୨୫ରେ ସଂଶୋଧନ କରିଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ। ଏହା ଅନୁସାରେ, ଯେଉଁ ଜାତୀୟ କ୍ରୀଡ଼ା ମହାସଂଘ ​‌େ​‌କନ୍ଦ୍ର ସରକାରଙ୍କଠାରୁ ବାର୍ଷିକ ଅନୁଦାନ ଓ ସହାୟତା ପାଇଥାଆନ୍ତି; କେବଳ ସେହିମାନେ ସୂଚନା ଅଧିକାର ଆଇନ୍ (ଆର୍‌ଟିଆଇ) ପରିସରଭୁକ୍ତ ହେବେ। ପୂର୍ବରୁ ବିସିସିଆଇ ଯୁକ୍ତି ବାଢ଼ି ଆସିଥିଲା ଯେ ଏହା ଏକ ସ୍ବୟଂଶାସିତ କ୍ରୀଡ଼ା ସଂଘ। ଏହା ଆଇସିିସି ଅଧୀନରେ ରହିଛି। ବିସିସିଆଇର ନିଜସ୍ବ ସମ୍ବିଧାନ ରହିଛି; ଯାହା ଆଇସିସି ଦ୍ବାରା ଅନୁମୋଦିତ। ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ଏହା ସରକାରଙ୍କଠାରୁ ଅନୁଦାନ ନିଏନାହିଁ। ଏହା ନିଜେ ରାଜସ୍ବ ଆୟ କରି ଦେଶରେ କ୍ରିକେଟ୍‌ ପରିଚାଳନା କରିଥାଏ। ସମସ୍ତ ରାଜ୍ୟ କ୍ରିକେଟ୍‌ ସଂଘ ମଧ୍ୟ ବିସିସିଆଇ ପ୍ରଦତ୍ତ ଅର୍ଥରେ କ୍ରିକେଟ୍‌ ଚଳାଇ ଥାଆନ୍ତି। ତେଣୁ ସୂଚନା ଅଧିକାର ଆଇନ୍ ପରିସରଭୁକ୍ତ

ହେବନାହିଁ ବୋଲି ବିସିସିଆଇ ଦାବି କରି ଆସୁଥିଲା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଜାତୀୟ କ୍ରୀଡ଼ା ପରିଚାଳନା ବିଧେୟକରେ ସଂଶୋଧନ କରିବା ପରେ ବିଶ୍ବର ସବୁଠାରୁ ଧନଶାଳୀ କ୍ରିକେଟ୍‌ ବୋର୍ଡ ବିସିସିଆଇ ଆଶ୍ବସ୍ତ ହୋଇଛି।
କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟ ଜୁଲାଇ ୨୩ରେ ଲୋକସଭାରେ ଜାତୀୟ କ୍ରୀଡ଼ା ପରିଚାଳନା ବିଧେୟକ ଆଗତ କରିଥିଲେ। ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକରେ ସ୍ବଚ୍ଛତା ଓ ସଂସ୍କାର ଆଣିବା, ଉତ୍ତର ଦାୟିତ୍ବ ବୃଦ୍ଧିକରିବା, ବିବାଦକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଜାତୀୟ କ୍ରୀଡ଼ା ବିଧେୟକ ଆଗତ ହୋଇଛି। ସମସ୍ତ ଜାତୀୟ କ୍ରୀଡ଼ା ମହାସଂଘକୁ ସୂଚନା ଅଧିକାର ଆଇନ୍ ୨୦୦୫ ଅଧୀନକୁ ଆଣିବାର ବ୍ୟବସ୍ଥା ଏହି ବିଧେୟକରେ ରହିଛି। କ୍ରୀଡ଼ା ପରିଚାଳନା ବିଧେୟକ ସଂସଦରେ ପାରିତ ହେବା ପରେ ଏହା ଆଇନ୍‌ରେ ପରିଣତ ହେବ। ତେବେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଜାତୀୟ କ୍ରୀଡ଼ା ବିଧେୟକରେ ଆଣିଥିବା ସଂଶୋଧନ ଅନୁସାରେ, ଯେଉଁ ଜାତୀୟ କ୍ରୀଡ଼ା ମହାସଂଘ ସରକାରଙ୍କଠାରୁ ଅନୁଦାନ ଓ ସହାୟତା ନେଉନାହାନ୍ତି; ସେମାନଙ୍କୁ ସାର୍ବଜନିନ କର୍ତ୍ତୃପକ୍ଷ/ସଂସ୍ଥା ଭାବେ ଗଣନା କରାଯିବ ନାହିଁ। ତେଣୁ ସେମାନଙ୍କୁ ସୂଚନା ଅଧିକାର ଆଇନ୍ ପରିସରଭୁକ୍ତ କରାଯିବ ନାହିଁ। ତେବେ ସରକାରଙ୍କଠାରୁ ବିସିସିଆଇ ଅନୁଦାନ ଓ ସହାୟତା ନେଉ ନଥିବାରୁ ଏହା ଆର୍‌ଟିଆଇ ଅଧୀନକୁ ଆସିବ ନାହିଁ। ତେବେ ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ଯେଉଁ କ୍ରୀଡ଼ା ମହାସଂଘ ସରକାରୀ ଅନୁଦାନ ନେଉନାହିଁ; ଏହା ଯଦି ଏହା କୌଣସି ଇଭେଣ୍ଟ ଆୟୋଜନ ପାଇଁ ସରକାରୀ ସହାୟତା ନିଏ; ଏହାକୁ ସରକାର ପ୍ରଶ୍ନ କରିପାରିବେ। ପୂର୍ବରୁ ବିସିସିଆଇ କହିଥିଲା ଯେ ବିଧେୟକକୁ ଭଲଭାବେ ତର୍ଜମା କରିବା ପରେ ଏହା କୌଣସି ମନ୍ତବ୍ୟ ଦେବ; ଯାହା ଅଦ୍ୟାବଧି ଦେଇନାହିଁ। କ୍ରିକେଟ୍‌ ଏକ ଅଲିମ୍ପିକ୍‌ କ୍ରୀଡ଼ାର ମାନ୍ୟତା ପାଇ ୨୦୨୮ ଅଲିମ୍ପିକ୍‌ସରେ ସ୍ଥାନ ପାଇଛି। ତେଣୁ ଏହାକୁ ଜାତୀୟ କ୍ରୀଡ଼ା ମହାସଂଘ ଭାବେ ଗଣନା କରାଯିବା ଉଚିତ। ହେଲେ ଏପରି ହେବା ପୂର୍ବରୁ ବିଧେୟକରେ ସଂଶୋଧନ କରି ବିସିସିଆଇକୁ ଆଶ୍ବସ୍ତ କରିଛି କେନ୍ଦ୍ର କୀଡ଼ା ମନ୍ତ୍ରାଳୟ।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories