www.samajalive.in
Friday, December 5, 2025
26.1 C
Bhubaneswar

ସବୁ ରାଜସ୍ବ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ବର : ବାରମ୍ବାର ତାଗିଦ୍ କରାଗଲା, ଚେତାବନୀ ମଧ୍ୟ ଦିଆଗଲା। ହେଲେ ଆଜି ବି ରାଜସ୍ବ ନିରୀକ୍ଷକ, ତହସିଲ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟରେ କର୍ମଚାରୀ, ଅଧିକାରୀଙ୍କ ଦେଖା ମିଳୁ ନାହିଁ। ଜରୁରୀ କାମରେ ଲୋକେ ଦୌଡ଼ି ଦୌଡ଼ି ନୟାନ୍ତ, କିନ୍ତୁ ଜନତାଙ୍କୁ ସେବା ପ୍ରଦାନ ପାଇଁ ସେଠାରେ ନିଯୁକ୍ତ ସରକାରୀ ବେତନଭୋଗୀ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। ଗତ ମାସରେ ଖୋଦ୍ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଟକ ସ୍ଥିତ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍‌ (ଆଇଜିଆର)ଙ୍କ କାର୍ଯ୍ୟାଳୟକୁ ହଠାତ୍ ପରିଦର୍ଶନରେ ଯାଇ ବହୁସଂଖ୍ୟକ କର୍ମଚାରୀ ଅନୁପସ୍ଥିତ ଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏପରି ଅବହେଳାକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ପ୍ରତ୍ୟେକ ରାଜସ୍ବ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ କରିଛି। ମନ୍ତ୍ରୀଙ୍କ ନିର୍ଦେଶମତେ ମଙ୍ଗଳବାର ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପତ୍ର ଲେଖି ବାୟୋମେଟ୍ରିକ୍ ଉପସ୍ଥାନ ମେସିନ୍ ଲଗାଇବା ପାଇଁ କୁହାଯାଇଛି। ଏହି ନିର୍ଦେଶର ଅନୁପାଳନ ହେଲା କି ନାହିଁ ତାହା ମନ୍ତ୍ରୀଙ୍କ ଅବଗତି ନିମନ୍ତେ ପଠାଇବା ପାଇଁ ଜିଲାପାଳଙ୍କୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ରାଜସ୍ବ କାର୍ଯ୍ୟାଳୟରେ ବହୁ ପ୍ରକାର ସେବା ପ୍ରଦାନ କରାଯାଉଥିବା ବେଳେ ପ୍ରତ୍ୟେକ ଦିନ ଶତାଧିକ ଲୋକ ସେଠାକୁ ଆସିଥାନ୍ତି। ଏବେ ଧାନ ସଂଗ୍ରହ ପଞ୍ଜୀକରଣ ପାଇଁ ଚାଷୀଙ୍କର ଆରଆଇ କାର୍ଯ୍ୟାଳୟରେ କାମ ପଡୁଛି। ତେବେ ଅନେକ କାର୍ଯ୍ୟାଳୟରେ ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀ ଅନୁପସ୍ଥିତ ଥିବାରୁ କାମ ହୋଇପାରୁ ନଥିବା ଅଭିଯୋଗ ହେଉଛି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories