ମେଷ: ପ୍ରଥୁତି ପ୍ରଭାବ ସମ୍ପନ୍ନ ହେବେ। ଲୋଭାସକ୍ତ ବ୍ୟକ୍ତି ହୋଇଥିବାରୁ ଜନସାଧାରଣଙ୍କ ବିରକ୍ତିଭାବର ସମ୍ମୁଖୀନ ହୋଇପାରନ୍ତି । ତୀର୍ଥ ଦର୍ଶନ କରି ପାପମୁକ୍ତ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ଯଶ୍ଵାସୀ ହେବେ।
ବୃଷ: ସୁଦୂରପ୍ରସାରୀ ପ୍ରଭୃତ୍ତ ବିସ୍ତାର କରିପ କରିପାରନ୍ତି । ମହାମନୁଷ୍ୟଭାବେ ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି । ନିଜର ବଂଶ ମର୍ଯାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ପିତୃମାତୃ ରକ୍ତିଭାବର ହୋଇପାରନ୍ତି।
ମିଥୁନ: ଏପରି କାର୍ଯ୍ୟ ନ କରନ୍ତୁ: ଯାହା ପାଇଁ ସାଧୁମାନଙ୍କ ବିରାଗଭାଜନ ହେବାକୁ ପଡ଼ିବ। ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଘ୍ନ ନହେବାକୁ ଚେଷ୍ଟା କରିବେ। ନାଚ ସେବା ବର୍ଜନ କରିବାକୁ ପଡ଼ିବ।
କର୍କଟ: ବିଭିନ୍ନ ଉପାୟ ଅବଲମ୍ବନ କରି ଧନବାନ୍ ହେବେ । ବହୁ ଧନୀ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ବିଦ୍ୟାବାନ୍, ଗୁଣା ଓ ଚତୁର ହେବେ। ପ୍ରଭୁଙ୍କ ପ୍ରାତିପୂର୍ଣ କାର୍ଯ୍ୟ କରିବାରେ ଆତୁର ହେବେ।
ସିଂହ: ନରେନ୍ଦ୍ରନାଥ ସଦୃଶ କ୍ଷମତାଧାରୀ ଓ ମହାନୁଭବ ହୋଇପାରନ୍ତି। ସ୍ୱପାତ୍ର ଅଙ୍ଗ ପ୍ରତ୍ୟେଙ୍ଗ ସୁଦୃଶ ନେବ । ଧୃତି, ସତ୍ୟ ଉପରେ ପର୍ଯ୍ୟବସିତ ହେବ। ମହାପ୍ରଭାବଶାଳୀ ହେବେ। ସଦା ହର୍ଷିତ ହେବେ ।
କନ୍ୟା: ପିତାମାତାଙ୍କ କଲ୍ୟାଣରାଜନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ଉପରେ ନିର୍ଭରଶୀଳ ହେବେ । ସହନଶୀଳ ମନୋଭାବର ହୋଇପାରନ୍ତି । ଦୀନ, ଦରିଦ୍ରଙ୍କୁ ଦାନ କରି ମହାନ୍ ହେବେ ।
ତୁଳା: ଜନସାଧାରଣଙ୍କ ପୂଜ୍ୟ ହୋଇପାରନ୍ତି । ତ୍ରିସନ୍ଧ୍ୟା ଧ୍ୟାନରେ ନିମଗ୍ନ ହୋଇପାରନ୍ତି । ବନ୍ତ ଓ ନେତ୍ର ଶରୀର ଶୋଭା ବଦ୍ଧନକାରୀ ହେବେ। ଶତ୍ରୁମାନେ ଶରଣାଗତ ହୋଇପାରନ୍ତି । ସରକାରଙ୍କ ପ୍ରିୟ ହେବେ ।
ବିଛା: ହୃଦୟବାନ ହେବେ । ଉନ୍ନତ ଚିନ୍ତାଧାରା ଓ ଉତ୍ସାହପ୍ରଦ ଉପଦେଶ ଦେଇ ସହଯୋଗୀ ଓ ସହକର୍ମୀମାନଙ୍କର ବିଶ୍ଵାସଭାଜନ ହେବେ । ପ୍ରାଣୀ ଜଗତ ଉପରେ ଦୟାଦ୍ରିରାଳ ପୋଷଣ କରିବେ । ଜର୍ମଠ ହେବେ।
ଧନୁ: ଅକ୍ଷୟ ଜୀର୍ତି ଅର୍ଜନ କରିପାରନ୍ତି । ସୁଧର୍ମରୁ ବିଚ୍ୟୁତ ହେବେ ନାହିଁ । ବ୍ରାହ୍ମଣ ସମ୍ମତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ଅଧସ୍ତନ ଓ ନିର୍ଭରଶୀଳଙ୍କ ନୟନାଭିରାଗ ହୋଇପାରନ୍ତି। ଧନିଯୁକ୍ତ ହେବେ ।
ମକର: ସତର୍କ ନରହିଲେ ସରକାରଙ୍କ କୋପ ଦୃଷ୍ଟି ଆପଣଙ୍କର କ୍ଷତି ସାଧନ କରିପାରେ । ଧନଧାନ୍ୟ ହାନିର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଯାନବାହନ ଚଳାଚଳରେ ସତର୍କ ରହିବେ ।
କୁମ୍ଭ: ପୁଣ୍ୟାର୍ଜନରେ ତତ୍ପରତା ପ୍ରକାଶ ପାଇବ। ସୁଶୀଳ ଚେଷ୍ଟା ଫଳବତୀ ହେବ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିନୟ ଭାବ ପ୍ରକାଶ କରିପାରନ୍ତି । ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ନିଷ୍ପତିରେ ଅଟଳ ରହିବେ ।
ମୀନ: ରିପୁ ନାଶନରେ ତତ୍ପରତା ପ୍ରକାଶ ପାଇବ। ଅତ୍ୟଧିକ ପରିଶ୍ରମରୁ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଭାବ ଅନଟନ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ବାହ୍ୟ ଖର୍ଚ୍ଚ କାଟ୍ କରିପାରନ୍ତି । ସୁସ୍ଥ ରହିବେ।



