ସମ୍ବଲପୁର: ସମ୍ବଲପୁରର ଟାଉନ ଥାନାଞ୍ଚଳ ଦେଇ ଅବୈଧ୍ୟ ରୂପେ ଗଞ୍ଜେଇ ଚାଲାଣର ଖବର ମିଳିବାରୁ ଶୁକ୍ରବାର ପୁଲିସ ଚେକିଂ କରୁଥିଲା। ଧୁଚୁରାପଡା ଛକ ନିକଟରେ ଚେକିଂ ସମୟରେ ଏକ ସନ୍ଦିଗ୍ଧ ଅଟୋକୁ ଅଟକାଇ ଯାଞ୍ଚ କରିବା ସମୟରେ ଉକ୍ତ ଅଟୋ ମଧ୍ୟରେ ୨ଟି ଜରି ବସ୍ତା ମଧ୍ୟରେ ୫୦ କିଗ୍ରା ୫୮ ଗ୍ରାମ ଅବୈଧ୍ୟ ରୂପେ ରଖାଯାଇଥିବାର ମିଳିଥିଲା। ଏଣୁ ଟାଉନ ପୁଲିସ ଏକ ମାମଲା ରୁଜୁ କରି ଅଟୋ ଚାଳକ ତଥା ଧୁଚୁରାପଡା ନିବାସୀ ସୁଧାଂଶୁ ମହାନ୍ତି (୪୪)କୁ ଗିରଫ କରି ଗଞ୍ଜେଇ ଗୁଡିକୁ ଜବତ କରିଛି। ଏଥିସହ ପୁଲିସ ୩ଟି ସ୍ମାର୍ଟ ମୋବାଇଲ ଫୋନ, ଆଧାର ପରିଚୟ ପତ୍ର, ନଗଦ ୬୩ ହଜାର ୭୫୦ ଟଙ୍କା ଏବଂ ଅଟୋକୁ ଜବତ କରିଛି। ଗିରଫ ଅଭିଯୁକ୍ତକୁ ଅଦାଲତକୁ ଚାଲାଣ କରିଛି ବୋଲି ଟାଉନ ପୁଲିସ କହିଛି।
Popular Categories



