www.samajalive.in
Saturday, December 6, 2025
15.1 C
Bhubaneswar

ଓଭାଲରେ ବୋଲରଙ୍କ ରାଜୁତି, ଭାରତ ୫୨ ରନରେ ଆଗୁଆ

ଲଣ୍ଡନ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଦି ଓଭାଲରେ ଚାଲିଥିବା ଅନ୍ତିମ ଟେଷ୍ଟରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି। ଦ୍ବିତୀୟ ଦିନରେ ମୋଟ୍‌ ୧୫ ଟି ୱିକେଟର ପତନ ଘଟିଛି। ବୋଲରଙ୍କ ମିଳିତ ସଫଳତା ପରେ ଭାରତ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଛି। ଗସ ଆଟ୍‌କିନସନ ଓ ଜୋଶ ଟଙ୍ଗଙ୍କ ଘାତକ ବୋଲିଂ ବଳରେ ଭାରତ ପ୍ରଥମ ଇନିଂସରେ ୨୨୪ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ପ୍ରସିଦ୍ଧ କୃଷ୍ଣ ଓ ମହମ୍ମଦ ସିରାଜଙ୍କ ମିଳିତ ଆକ୍ରମଣକୁ ସାମ୍ନା କରିନପାରି ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୭ରନ କରିବାକୁ ସକ୍ଷମ ହୋଇଥିଲା। ୨୩ ରନରେ ପଛୁଆ ରହିଥିବା ଭାରତ ଦ୍ବିତୀୟ ଇନିଂସରେ ୧୮ ଓଭର ଖେଳି ୨ ୱିକେଟରେ ୭୫ ରନ କରିଛି।
ଲୋକେଶ ରାହୁଲ ୭ , ସାଇ ସୁଦର୍ଶନ ୧୧ ରନ କରି ଆଉଟ୍‌ ହୋଇଥିବାବେଳେ ଯଶସ୍ବୀ ଜୟସୱାଲ ୫୧ ଓ ଆକାଶ ଦୀପ୍‌ ୪ରନ କରି ଅପରାଜିତ ରହିଛନ୍ତି। ହାତରେ ଆଉ ୮ ୱିକେଟ ସୁରକ୍ଷିତ ରହିଥିବାବେଳେ ଭାରତ ୫୨ ରନ​‌େ​‌ର ଆଗୁଆ ରହିଛି। ଇଂଲଣ୍ଡ ପକ୍ଷରୁ ଜୋଶ ଟଙ୍ଗ ଓ ଗସ ଆଟ୍‌କିନସନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ଇଂଲଣ୍ଡର ଦୁଇ ଓପନର ବେନ ଡକେଟ ଓ ଜ୍ୟାକ କ୍ରଲି ବାଜ୍‌ ବଲ ବ୍ୟାଟିଂ କରିବା ସହ ଦ୍ରୁତ ଗତିରେ ରନ କରିଥିଲେ। ଉଭୟେ ୧୨.୫ ଓଭରରୁ ୯୨ ରନ କରିଥିଲେ। ଉକ୍ତ ଯୋଡ଼ିଙ୍କୁ ଆକାଶ ଦୀପ୍‌ ଭାଙ୍ଗିଥିଲେ। ଡକେଟ ୪୩ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ କ୍ରଲି ଓ ଅଧିନାୟକ ଓଲି ପୋପ୍‌ ୩୭ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୨୯ରନରେ ପହଞ୍ଚାଇଥିଲେ। କ୍ରଲି ୬୪ରନ କରି ପ୍ରସିଦ୍ଧ କୃଷ୍ଣଙ୍କ ବଲରେ ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟର ପତନ ୧୪୨ରନରେ ଘଟିଥିଲା। ଓଲି ପୋପ୍‌ ୨୨ରନ କରି ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟରେ ଜୋ ରୁଟ୍‌ ଓ ହ୍ୟାରୀ ବ୍ରୁକ୍‌ ୩୩ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୭୫ରନରେ ପହଞ୍ଚାଇଥିଲେ । ରୁଟ୍‌ ୨୯ରନ କରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟର ପତନ ୧୯୫ରନରେ ଘଟିଥିଲା। ଜ୍ୟାକବ ବିଥେଲ ୬ରନ କରି ଆଉଟ୍‌ ହୋଇଥିଲେ। ଷଷ୍ଠ ୱିକେଟ ପାଇଁ ଜେମି ସ୍ମିଥ୍‌ ଓ ହ୍ୟାରୀ ବ୍ରୁକ୍‌ ୨୦ରନ ଭାଗିଦାରୀ କରିବା ସହିତ ସ୍କୋରକୁ ୨୧୫ରନରେ ପହଞ୍ଚାଇଥିଲେ। ସ୍ମିଥ୍‌ ୮ରନ କରି ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟର ପତନ ମଧ୍ୟ ୨୧୫ରନରେ ଘଟିଥିଲା। ଜେମି ଓଭରଟନ ଖାତା ଖୋଲିପାରିନଥିଲେ। ୨୩୫ରନରେ ଅଷ୍ଟମ ୱିକେଟର ପତନ ଘଟିଥିଲା। ଗସ ଆଟ୍‌କିନସନ ୧୧ରନ କରି ଆଉଟ୍‌ ହୋଇଥିଲେ। ୨୪୭ରନରେ ନବମ ୱିକେଟର ପତନ ଘଟିଥିଲା। ହ୍ୟାରୀ ବ୍ରୁକ୍‌ ୫୩ରନ କରିଥିଲେ। କ୍ରିସ ୱକ୍‌ସ ଆହତ ପାଇଁ ବ୍ୟାଟିଂ କରିବାକୁ ନଆସିବାରୁ ଅନୁପସ୍ଥିତ ହର୍ଟ ଘୋଷିତ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣ ୪ ଟି ଲେଖାଏଁ ଓ ଆକାଶ ଦୀପ୍‌ ଗୋଟିଏ ୱିକେଟ ନେଇଥିଲେ। ଭାରତ ପ୍ରଥମ ଦିନର ଅସମାପ୍ତ ୬/୨୦୪ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ କରୁଣ ନାୟର ୫୨ ଓ ୱାଶିଂଟନ ସୁନ୍ଦର ୧୯ରନରୁ ଖେଳ ଆରମ୍ଭ କରିଥିଲେ। ଭାରତ ଦ୍ବିତୀୟ ଦିନ ଆରମ୍ଭର ଅଧ ଘଣ୍ଟା ମଧ୍ୟରେ ୫.୪ ଓଭର ଖେଳି ୨୦ରନ ମଧ୍ୟରେ ଶେଷ ୪ ୱିକେଟ ହରାଇଥିଲା। କରୁଣ ଓ ୱାଶିଂଟନ ସପ୍ତମ ୱିକେଟ ପାଇଁ ୬୫ରନ ଭାଗିଦାରୀ କରିଥିଲେ। ସ୍କୋର ୨୧୮ରନ ଥିବାବେଳେ କରୁଣ ନାୟର ୫୭ରନ କରି ଆଉଟ୍‌ ହୋଇଥିଲେ। ଭାରତ ଶେଷ ୩ ୱିକେଟ ୬ରନ ମଧ୍ୟରେ ହରାଇବା ସହ ୬୯.୪ ଓଭରରେ ୨୨୪ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୱାଶିଂଟନ ସୁନ୍ଦର ୨୬ରନ କରିଥିବାବେଳେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣ ଖାତା ଖୋଲି ପାରିନଥିଲେ। ଇଂଲଣ୍ଡ ପକ୍ଷରୁ ଗସ୍‌ ଆଟକିନ୍‌ସନ ୫ଟି, ଜୋଶ ଟଙ୍ଗ ୩ଟି, କ୍ରିସ ୱକ୍‌ସ ଗୋଟିଏ ୱିକେଟ ନେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories