କଟକ : ଟାଟା ମୋଟର୍ସ ପକ୍ଷରୁ ବହୁ ପ୍ରତିକ୍ଷୀତ ନୂତନ ଇଲେକ୍ଟ୍ରୋନିକ ହାରିୟର ଇଭି ଏହାର କଟକ ପ୍ରତାପନଗରୀସ୍ଥିତ ଡିଲରସିପ୍ ଗୁଗ୍ନାନୀ ଅଟୋ କାର୍ରେ ଶୁଭ ଉନ୍ମୋଚନ କରାଯାଇଛି । ଏହି କାରକୁ ଗୁଗ୍ନାନୀ ଅଟୋ କାରର ରାଜନ ଗୁଗ୍ନାନୀ, ୟସନୀତ ଗୁଗନାନୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଅସ୍ମିନ୍ ପ୍ରହରାଜ, ଟାଟା ମୋଟର୍ସର ଏରିଆ ମ୍ୟାନେଜର ଅଭିଷେକ ଚକ୍ରବର୍ତ୍ତୀ ଏବଂ ଆଇଡିବିଆଇ ବ୍ୟାଙ୍କର ମହାପ୍ରବନ୍ଧକ ମନୋଜ କୁମାର ସେନାପତି ମିଳିତ ଭାବେ ଉନ୍ମୋଚନ କରିଥିଲେ ।
ଏହି କାର ମାତ୍ର ୬.୩ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ ଧରିପାରିବ । ଏଥିରେ ୭୫ କିଲୋ ୱାଟ୍ ବ୍ୟାଟେରୀ ରହିଛି ଯାହା ମାତ୍ର ୧୫ ମିନିଟ୍ ଚାର୍ଜରେ ୨୫୦ କିମି ଯାତ୍ରା କରିପାରିବ । ଏଥିରେ ଚାରୋଟି ଆକର୍ଷଣୀୟ ରଙ୍ଗ ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ମଧ୍ୟ ଉପଲବ୍ଧ । ଏଥି ସହିତ କମ୍ପାନୀ ଏଥିରେ ଲାଇଫ୍ଟାଇମ୍ ୱାରେଣ୍ଟି ପ୍ରଦାନ କରୁଛି । ଗ୍ରାହକ ଏହାକୁ କ୍ରୟ କରିବା ପାଇଁ ଆଗୁଆ ବୁକିଂ କରିପାରିବେ । ଏହି ଗାଡି ଗ୍ରାହକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ଆଶା କରାଯାଉଛି ।



