www.samajalive.in
Monday, December 8, 2025
27.1 C
Bhubaneswar

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଅଭୟାରଣ୍ୟ

ଚାନ୍ଦବାଲି : ଓଡ଼ିଶା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଜାତୀୟ ଉଦ୍ୟାନ ଭିତର କନିକା ଆଜିଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ଯାଇଛି। ଦୀର୍ଘ ତିନି ମାସ ଧରି କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିବା ପରେ ଏହା ଶୁକ୍ରବାରଠାରୁ ଖୋଲା ଯାଇଛି। ଚାନ୍ଦବାଲି ପ୍ରବେଶ ଦ୍ୱାର ଦେଇ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମାନେ ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିବା ଭିତର କନିକାକୁ ଯାତାୟାତ କରୁଥିବା ବେଳେ, ଚଳିତ ବର୍ଷ ନିଶ୍ଚୟ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଏହି ଉଦଘାଟନ ସମାରୋହରେ ଯୋଗ ଦେଇଥିବା ଏସିଏଫ ସୁମିତ ମହାନ୍ତି ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରିପ୍ରେକ୍ଷୀରେ ମତ ରଖିଥିଲେ। ପ୍ରଥମ ଦିନରେ ସ୍ଥାନୀୟ ଟୁରିଷ୍ଟମାନେ ଚାନ୍ଦବାଲିରୁ ଭିତରକନିକା ଜଳ ଯାତ୍ରା କରିଛନ୍ତି । ବନ୍ୟ ପ୍ରାଣୀ ବନଖଣ୍ଡର କର୍ମଚାରୀ ଓ ବୋଟ ମାଲିକମାନେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ । ଏସ,ସି,ଏଫ ସୁମିତ କୁମାର ମହାନ୍ତି ସେମାନଙ୍କୁ ପତାକା ଦେଖାଇ ଜଳଯାତ୍ରାର ଶୁଭ ଆରମ୍ଭ କରାଇଥିଲେ । ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କିମି ଜଳଯାତ୍ରା କରି ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନରେ କୁମ୍ଭୀର, ହରିଣ, ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀ, ସେଠାରେ ଥିବା ମ୍ୟୁଜିୟମ ଆଦି ଦେଖିବା ସହ ଜଳଯାତ୍ରାର ମଜା ନେଇଛନ୍ତି। ୧୯୮୮ ମସିହାରେ ଜାତୀୟ ଉଦ୍ୟାନର ସ୍ୱୀକୃତି ପାଇଥିବା ଭିତର କନିକା କୁ ବିଶ୍ୱ ସ୍ତରୀୟ ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଶ୍ୱ ଐତିହରେ କିପରି ସ୍ଥାନ ପାଇବ ସେଥିପାଇଁ କେବଳ ରାଜ୍ୟ ସରକାର ନୁହଁନ୍ତି କେନ୍ଦ୍ର ସରକାର ସ୍ତରରେ ଉଦ୍ୟମ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟର ସୂର୍ଯ୍ୟକାନ୍ତ ପଣ୍ଡା, ଗାର୍ଡ ସୁବ୍ରତ ବେହେରା,ବନମାଳୀ ଗେଷ୍ଟହାଉସ ମାଲିକ ବିଶ୍ୱନାଥ ସୂତାର, ଅମ୍ବିକା ହୋଟେଲ ମାଲିକ ଦିନେଶ ନାଥ, ବୋଟ ମାଲିକ ପ୍ରମୋଦ ମହାନ୍ତି, ସୁରଜିତ ପାଣି, ନିଲୁଆ ପାଣି,ପ୍ରଭାତ ଦାସ ଓ ରାମ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories