www.samajalive.in
Sunday, December 7, 2025
23.1 C
Bhubaneswar

ଗୁଗ୍‌ନାନୀ ଅଟୋ କାର୍‌ରେ ଟାଟା ମୋଟର୍ସର ନୂଆ ହାରିୟର ଇଭି

କଟକ : ଟାଟା ମୋଟର୍ସ ପକ୍ଷରୁ ବହୁ ପ୍ରତିକ୍ଷୀତ ନୂତନ ଇଲେକ୍ଟ୍ରୋନିକ ହାରିୟର ଇଭି ଏହାର କଟକ ପ୍ରତାପନଗରୀସ୍ଥିତ ଡିଲରସିପ୍‌ ଗୁଗ୍‌ନାନୀ ଅଟୋ କାର୍‌ରେ ଶୁଭ ଉନ୍ମୋଚନ କରାଯାଇଛି । ଏହି କାରକୁ  ଗୁଗ୍‌ନାନୀ ଅଟୋ କାରର ରାଜନ ଗୁଗ୍‌ନାନୀ, ୟସନୀତ ଗୁଗନାନୀ,  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଅସ୍ମିନ୍‌ ପ୍ରହରାଜ, ଟାଟା ମୋଟର୍ସର ଏରିଆ ମ୍ୟାନେଜର ଅଭିଷେକ ଚକ୍ରବର୍ତ୍ତୀ ଏବଂ ଆଇଡିବିଆଇ ବ୍ୟାଙ୍କର ମହାପ୍ରବନ୍ଧକ ମନୋଜ କୁମାର ସେନାପତି ମିଳିତ ଭାବେ ଉନ୍ମୋଚନ କରିଥିଲେ ।

ଏହି କାର ମାତ୍ର ୬.୩ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ ଧରିପାରିବ । ଏଥିରେ ୭୫ କିଲୋ ୱାଟ୍‌ ବ୍ୟାଟେରୀ ରହିଛି ଯାହା ମାତ୍ର ୧୫ ମିନିଟ୍‌ ଚାର୍ଜରେ ୨୫୦ କିମି ଯାତ୍ରା  କରିପାରିବ । ଏଥିରେ ଚାରୋଟି ଆକର୍ଷଣୀୟ ରଙ୍ଗ ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ମଧ୍ୟ ଉପଲବ୍ଧ । ଏଥି ସହିତ କମ୍ପାନୀ ଏଥିରେ ଲାଇଫ୍‌ଟାଇମ୍‌ ୱାରେଣ୍ଟି ପ୍ରଦାନ କରୁଛି । ଗ୍ରାହକ ଏହାକୁ କ୍ରୟ କରିବା ପାଇଁ ଆଗୁଆ ବୁକିଂ କରିପାରିବେ । ଏହି ଗାଡି ଗ୍ରାହକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ଆଶା କରାଯାଉଛି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories