www.samajalive.in
Sunday, December 14, 2025
19.1 C
Bhubaneswar

ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା ; କ୍ରାଇମବ୍ରାଞ୍ଚ ସ୍କାନରରେ ଲାଞ୍ଜିଗଡ଼ ବ୍ଲକର ଶିକ୍ଷକ ଓ ଶିକ୍ଷକ ନେତା

ଲାଞ୍ଜିଗଡ଼: ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବା ସହିତ ରାୟଗଡା ଜିଲ୍ଲା ଅମ୍ବାଦଳାର ଶିକ୍ଷକ ବିଜୟ ମିଶ୍ର ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭେଜିପଦର ସ୍କୁଲର ଶିକ୍ଷକ ତଥା ଶିକ୍ଷକ ନେତା ପ୍ରଶାନ୍ତ ଖମାରି ଗିରଫ ହୋଇ ଜେଲ ଯାଇଛନ୍ତି। ଏବେ ଓଟିଇଟି ପରୀକ୍ଷାରେ ପାସ କରାଇଦେବାକୁ ନେଇ ଚାଲିଥିବା କେଳେଙ୍କାରୀର ଧିରେଧିରେ ପର୍ଦ୍ଦାଫାସ ହେବାରେ ଲାଗିଛି। ତେବେ ଭିତିରି ତଥ୍ୟ ଓ ଅନୁସନ୍ଧାନରୁ ଜଣାପଡିଛି ଯେ, ଦୀର୍ଘ ବର୍ଷ ହେଲା ଓଟିଇଟି ପରୀକ୍ଷାରେ ପାସ କରାଇଦେବା ରାକେଟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ବେଶ ସକ୍ରିୟ ରହିଛି। ଏପରିକି ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଏଥିପାଇଁ ମୁଣ୍ଡ ପିଛା ଦଶ ହଜାର ଟଙ୍କା ଲେଖାଏଁ ଅସୁଲ କରାଯାଉଥିଲା। ଏଥିରେ ଜେଲ ଯାଇଥିବା ଶିକ୍ଷକ ଦିଲୀପ ମହାରଣାଙ୍କ ସମେତ ବ୍ଲକର ଆଉ ତିନିରୁ ଚାରିଜଣ ଶିକ୍ଷକ ଓ ଜଣେ ଦୁଇଜଣ ଶିକ୍ଷକ ନେତା ଏହାର ମାଷ୍ଟର ମାଇଣ୍ଡ ଥିବା ଚର୍ଚ୍ଚା ହେଉଛି। ଏଣୁ ବ୍ଲକର ଏହି ଶିକ୍ଷକ ଓ ଶିକ୍ଷକ ନେତାମାନଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର ଥିବା ଜଣାପଡିଛି। ଏହାକୁ ନେଇ ସମ୍ପୃକ୍ତ ଶିକ୍ଷକ ଓ ଶିକ୍ଷକ ନେତାମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି। ଖୁବ ଶୀଘ୍ର ଲାଞ୍ଜିଗଡ଼ ବ୍ଲକରେ କ୍ରାଇମ ବ୍ରାଞ୍ଚ ଛାନବିନ କରିପାରେ ବୋଲି ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି।

ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories