www.samajalive.in
Friday, December 5, 2025
26.1 C
Bhubaneswar

ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..

ବର୍ଷ ୨୦୨୫ର ଅଷ୍ଟମ ମାସ ଅଗଷ୍ଟ ମାସ ଆଜି ଠାରୁ ଆରମ୍ଭ ହୋଇଛି । ଜ୍ୟୋତିଷ ଦୃଷ୍ଟି କୋଣରୁ ଏହି ମାସ ଖୁବ୍‌ ଖାସ୍‌ । କାରଣ ଏହି ମାସରେ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ସହ ରାଜଯୋଗ ସୃଷ୍ଟି କରିବେ । ତେବେ ଜାଣନ୍ତୁ ଏହି ମାସରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ମେଷ- ଏହି ରାଶିଙ୍କୁ ଅନେକ ସକରାତ୍ମକ ଫଳ ମିଳିବ । ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ । ଯେଉଁମାନେ ଚାକିରି ପାଇଁ ଇଚ୍ଛୁକ ସେମାନଙ୍କର ଚାକିରି ହେବ । ବ୍ୟବସାୟରେ ମଧ୍ୟ ଲାଭ ମିଳିବ ।

- Advertisement -

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଅନେକ ଇଚ୍ଛା ପୂରଣ ହେବ । ଭାଗ୍ୟର ସାଥ୍‌ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ ।

ମିଥୁନ- ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବୈବାହିକ ଜୀବନ ସୁଖମୟ ହେବ । ଜୀବନରେ ଖୁସିରେ ଆଗମନ ହେବ ।

କର୍କଟ- ଧନ ଲାଭ ହେବ । ଟଙ୍କା ସଞ୍ଚୟ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ ।

ସିଂହ- ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ବାଦ ବିବାଦରୁ ଦୁରେଇ ରୁହନ୍ତୁ । ଖର୍ଚ୍ଚାନ୍ତ ହୋଇ ପାରନ୍ତି । ବ୍ୟବସାୟରେ ଲାଭ ମିଳିବ ।

କନ୍ୟା- ନୂଆ ନୂଆ ସୁଯୋଗ ମିଳିବ । ଧୈର୍ଯ୍ୟ ଓ ଭାବି ଚିନ୍ତି କାମ କଲେ ସଫଳତା ମିଳିବ । ସୁଖସମୃଦ୍ଧି ପ୍ରାପ୍ତି ହେବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।

ତୁଳା- ହଠାତ୍‌ ଧନ ଲାଭ ହେବ । ପରିଶ୍ରମ କରି ସଫଳତା ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପରିବାରରେ ହସଖୁସିର ବାତାବରଣ ରହିବ ।

ବିଛା- ଅନେକ ସକରାତ୍ମକ ଫଳ ମିଳିବ । ବ୍ୟବସାୟରେ ଲାଭ ମିଳିବ । ଟଙ୍କା କରଜ କରନ୍ତୁ ନାହିଁ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ ।

ଧନୁ- ଭାଗ୍ୟର ସାଥ୍‌ ମିଳିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଧନ ଲାଭର ଯୋଗ ରହିଛି । ପରିବାରରେ ହସଖୁସିର ବାତାବରଣ ରହିବ । ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ମକର- ଏହି ରାଶିଙ୍କୁ ମଧ୍ୟ ସକରାତ୍ମକ ଫଳ ମିଳିବ । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ଭାବି ଚିନ୍ତି କାର୍ଯ୍ୟ କଲେ ସହଜରେ ସଫଳତା ମିଳିବ । ଜୀବନରେ ଥିବା ସମସ୍ୟା ଦୂର ହେବ ।

କୁମ୍ଭ- ଏହି ରାଶିଙ୍କୁ ଅନେକ ଶୁଭଫଳ ମିଳିବ । ଆୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯାତ୍ରାର ଯୋଗ ରହିଛି ।

ମୀନ- କର୍ମକ୍ଷେତ୍ରରେ ଉନ୍ନତି ହେବ । ସମ୍ପର୍କରେ ମଧୁରତା ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ହଠାତ୍‌ ଧନ ମିଳିବ ।

ଆଉ କରନ୍ତୁ ନାହିଁ ଅପେକ୍ଷା.. ୱାନ୍‌ପ୍ଲସ୍‌ର ସେଲ୍‌ର ଘୋଷଣା: ଶସ୍ତାରେ କିଣିପାରିବେ ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ଏସବୁ

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories