www.samajalive.in
Sunday, December 14, 2025
19.1 C
Bhubaneswar

ବିଜେପି ହାତ ଛାଡ଼ିଲା ଏଆଇଏଡିଏମକେ

ସମାଜ ଡିଜିଟାଲ ଡେସ୍କ: ବିଜେପି ହାତ ଛାଡ଼ିଲା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମଙ୍କ ନେତୃତ୍ଵାଧୀନ ଏଆଇଏଡିଏମକେ ଦଳ। ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସହିତ ଦଳ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବା ନେଇ ଗୁରୁବାର ଘୋଷଣା କରାଯାଇଛି। ଏଆଇଏଡିଏମକେ କ୍ୟାଡର୍ସ ରାଇଟ୍ସ ରିଟ୍ରିଭାଲ କମିଟିର ଉପଦେଷ୍ଟା ପନରୁତି ଏସ. ରାମଚନ୍ଦ୍ରନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଏହା ପରଠାରୁ କମିଟି ଏନଡିଏର ଆଉ ଅଂଶ ହୋଇ ରହିବ ନାହିଁ ବୋଲି ରାମଚନ୍ଦ୍ରନ କହିଛନ୍ତି।

ରାମଚନ୍ଦ୍ରନ କହିଛନ୍ତି, ପନୀରସେଲଭମ ଖୁବଶୀଘ୍ର ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବେ। ଏହି ସମୟରେ ସେ ଦଳର ସ୍ଥିତିକୁ ମଜଭୁତ କରିବା ଲାଗି ଜନତାଙ୍କ ସହିତ ସିଧାସଳଖ ମିଶିବେ। ଦଳର ଏହି ଘୋଷଣା ପରେ ଆଗାମୀ ବିଧାନସଭା ନିର୍ବାଚନରେ ଏଆଇଏଡିଏମକେ ଏକାକୀ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories