www.samajalive.in
Saturday, December 6, 2025
17.1 C
Bhubaneswar

ଭାରତ ବିଶ୍ଵର ୩ୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି: ବାଣିଜ୍ୟ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଭାରତ ଖୁବଶୀଘ୍ର ବିଶ୍ଵର ୩ୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଅଳ୍ପ କିଛି ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ହାସଲ କରିବ ଦେଶ। ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ସଂସଦରେ ଏପରି ମନ୍ତବ୍ୟ ରଖିଛନ୍ତି ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ। ବିଶ୍ଵର ବିଭିନ୍ନ ଅର୍ଥନୀତି ସହିତ ବାଣିଜ୍ୟ ରାଜିନାମା କରିବା ସମୟରେ ଭାରତ ଏହାର ଜାତୀୟ ସ୍ଵାର୍ଥକୁ ପ୍ରାଥମିକ ଭାବେ ସୁରକ୍ଷା ଦେବ ବୋଲି ସେ କହିଛନ୍ତି।

ଟ୍ରମ୍ପ ଭାରତ ଉପରେ ଶୁଳ୍କ ଘୋଷଣା କରିବା ସମୟରେ ଭାରତକୁ ଏକ ‘ମୃତ ଅର୍ଥନୀତି’ ଭାବେ ବିବେଚନା କରିଥିଲେ। ଟ୍ରମ୍ପଙ୍କ ଏପରି ମନ୍ତବ୍ୟ ଉପରେ ଗୋୟଲ କହିଛନ୍ତି, ଭାରତ ବିଶ୍ଵର ଏକ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅଭିବୃଦ୍ଧି। ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ଵର ୧୧ଶ ଅର୍ଥନୀତିରୁ ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଆଉ କିଛି ବର୍ଷ ଭିତରେ ଭାରତ ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଆଶା କରାଯାଉଛି। ବିଶ୍ଵସ୍ତରୀୟ ସଂସ୍ଥା ଏବଂ ଅର୍ଥନୀତିଜ୍ଞମାନେ ଭାତରକୁ ବିଶ୍ଵ ଅର୍ଥନୀତିରେ ଏକ ଉଜ୍ଜ୍ବଳ ସ୍ଥାନ ଭାବେ ଦେଖୁଥିବା ଗୋୟଲ କହିଛନ୍ତି।

- Advertisement -

ନିକଟ ଅତୀତରେ ଘଟିଥିବା ସମସ୍ତ ଘଟଣାବଳୀ ଦେଶର ଅର୍ଥନୀତି ଉପରେ କି ପ୍ରଭାବ ପକାଇବ ତାହାକୁ ସରକାର ଅନୁଧ୍ୟାନ କରୁଛନ୍ତି। ବାଣିଜ୍ୟ ମନ୍ତ୍ରଣାଳୟ ରପ୍ତାନୀକାରୀ, ଶିଳ୍ପସଂସ୍ଥା ଏବଂ ସମସ୍ତ ଅଂଶୀଦାରମାନଙ୍କ ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରୁଛି। ଦେଶର କୃଷକ, ଶ୍ରମିକ, ଉଦ୍ୟୋଗୀ, ରପ୍ତାନୀକାରୀ, ଶିଳ୍ପ କ୍ଷେତ୍ର ଏବଂ ଅଂଶୀଦାରମାନଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରାଥମିକତା। ଜାତୀୟ ସ୍ଵାର୍ଥକୁ ସୁରକ୍ଷା ଦେବା ପାଇଁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ବୋଲି ଗୋୟଲ ସଂସଦରେ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories