www.samajalive.in
Friday, December 5, 2025
23.1 C
Bhubaneswar

ଗାଈଗୋରୁଙ୍କ କବ୍‌ଜାରେ କଲ୍ୟାଣସିଂହପୁର ବଜାର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ବଜାରର ବିଭିନ୍ନ ଛକମାନଙ୍କରେ ବିଶେଷ କରି ସନ୍ଧ୍ୟା ସମୟରେ ବର୍ତ୍ତମାନ ଗାଈଗୋରୁର ଆଡ୍ଡାସ୍ଥଳ ପାଲଟିଛି। ସବୁବେଳେ ସନ୍ଧ୍ୟାରେ ତ୍ରିପାଠୀ ସାହି ଛକ, ଦୁର୍ଗା ମନ୍ଦିର ଛକ, ଜଗନ୍ନାଥ ମନ୍ଦିର ଛକ, ଥାନା ସମ୍ମୁଖ, କାଚରା ସାହି ନିକଟରେ, ସଦର ବଜାର ଛକରେଠାରେ ଗାଈଗୋରୁ ଜମା ହୋଇ ରହୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାଦ୍ୱାରା ଛୋଟ ବଡ଼ ଦୁର୍ଘଟଣା ହେଉଛି। ଜରୁରୀକାଳୀନ ସମୟରେ ରୋଗୀବୁହା ଗାଡି ଯିବା କଷ୍ଟକର ହୋଇପଡୁଛି। ସନ୍ଧ୍ୟା ୪ଟାରୁ ଗୋଟିଏ ଗୋଟିଏ ଗାଈ ଆସି ଛକ ସ୍ଥାନରେ ରୁଣ୍ଡ ହେଉଛନ୍ତି। ଗୋରୁ ମାଲିକମାନେ ଗାଈଗୋରୁଙ୍କୁ ନିଜ ଅଧୀନରେ ରଖୁ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏଥିପ୍ରତି ସଦର ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ବର୍ତ୍ତମାନ ଚାଷ ସମୟ, ଗାଈଗୋରୁକୁ ଖୋଲା ଛାଢିଲେ ଫସଲ ନଷ୍ଟ କରିଦେବେ। ଯାହାର ଗାଈଗୋରୁ ସେମାନେ ନିଜ ଘରେ ରଖିବା ଆବଶ୍ୟକ ହୋଇପଡ଼ିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories