ଫୁଲବାଣୀ: ସାପ କାମୁଡାରେ ଚାଲିଗଲା ୨ ଜଣଙ୍କ ଜୀବନ । ମୃତକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଲିବେଣି ଗ୍ରାମର ମାନସ ହଂସ ୨୫। ସେ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ ଦଂଶନ କରିଥିଲା। ପରେ ତାଙ୍କୁ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସେହିପରି ଗୋଛାପଡ଼ା ଥାନା ଅନ୍ତର୍ଗତ ଅଞ୍ଚଳର ନିମା ବିନ୍ଧାଣି(୩୫) ଘରେ ଶୋଇଥିବା ବେଳେ ସାପ କାମୁଡ଼ି ଥିଲା। ସଙ୍ଗେ ସଙ୍ଗେ ପ୍ରଥମେ ଗୋଛପଡା ମେଡ଼ିକାଲ ସେଠାରୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡ଼ିକାଲକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
‘ସୁଭଦ୍ରା’କୁ ନେଇ ବଡ ଖବର.. ପୁଣି ଖୋଲିବ ପୋର୍ଟାଲ୍; କରି ପାରିବେ ଆବେଦନ, ବାଦ୍ ଥିବା ହିତାଧିକାରୀ ପାଇବେ ଟଙ୍କା



