www.samajalive.in
Friday, December 5, 2025
26.1 C
Bhubaneswar

ପହଲଗାଓଁ ଆକ୍ରମଣ ପାଇଁ ଟିଆରଏଫକୁ ଦାୟୀ କଲା ୟୁଏନଏସସି ସାଙ୍କସନ କମିଟି

ସମାଜ ଡିଜିଟାଲ ଡେସ୍କ: ଲଶ୍କର-ଇ-ତଇବା (ଏଲଇଟି) ସଂଗଠନର ପ୍ରକ୍ସି ଆତଙ୍କୀ ସଂଗଠନ ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ(ଟିଆରଏଫ)ର ନାଁକୁ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) ୧୨୬୭ ସାଙ୍କସନ କମିଟି ରିପୋର୍ଟରେ ସ୍ଥାନିତ କରାଯାଇଛି। ପହଲଗାଁଓ ଆକ୍ରମଣ କରିଥିବା ଟିଆରଏଫକୁ ପାକିସ୍ତାନ ସୁରକ୍ଷା ଦେଉଥିବାବେଳେ ୟୁଏନଏସସି ସାଙ୍କସନ କମିଟି ରିପୋର୍ଟରେ ସ୍ଥାନ ପାଇଁ ଭାରତ ପାଇଁ ଏକ କୁଟନୈତିକ ବିଜୟ ବୋଲି କୁହାଯାଉଛି। ଗତ ଏପ୍ରିଲ ୨୨ରେ ପହଲଗାଓଁରେ ଘଟିଥିବା ଆକ୍ରମଣରେ, ଯେଉଁଥିରେ ୨୬ ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ, ସେହି ଘଟଣାରେ ଟିଆରଏଫର ସମ୍ପୃକ୍ତି ଥିବା ଜାତିସଂଘର ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ୟୁଏନଏସସି ସାଙ୍କସନ ରିପୋର୍ଟର ଏକ ପାରାରେ ଟିଆରଏଫ ଏବଂ ପହଲଗାଓଁ ଆତଙ୍କୀ ଆକ୍ରମଣ ବିଷୟରେ ଲେଖାଯାଇଛି। ଏହା ସହିତ ଟିଆରଏଫ ଏଲଇଟିର ଏକ ପ୍ରକ୍ସି ସଂଗଠନ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ, ଟିଆରଏଫ ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଫଟୋକୁ ୨ ଥର ପ୍ରକାଶ କରିବା ସହିତ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା। ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଏଲଇଟିର ବିନା ସହାୟତାରେ ଏହି ଆକ୍ରମଣ ସମ୍ଭବ ହୋଇ ନ ଥାଆନ୍ତା ବୋଲି ରିପୋର୍ଟରେ ଦର୍ଶାଯାଇଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories