www.samajalive.in
Friday, December 5, 2025
20.1 C
Bhubaneswar

ପ୍ରତିରକ୍ଷା କ୍ଷେତ୍ରକୁ ବଡ଼ ସଫଳତା, ‘ପ୍ରଳୟ’ର ଦୁଇ ଦୁଇ ଥର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ସ୍ଵଦେଶୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ହୋଇଛି ସଫଳ ପରୀକ୍ଷଣ। ଜୁଲାଇ ୨୮ ଓ ୨୯ ତାରିଖରେ ଓଡ଼ିଶା ଉପକୂଳର ବାଲେଶ୍ବରର ଚାନ୍ଦିପୁରସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଲଗାତର ଦୁଇଥର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ମଙ୍ଗଳବାର ଏନେଇ ସୂଚନା ଦେଇଛି। କ୍ଷେପଣାସ୍ତ୍ରଟି କେତେ ସଠିକ ଭାବରେ କମ୍‌ ଏବଂ ଅଧିକ ଦୂରତାରେ ଆକ୍ରମଣ କରିପାରିବ ତାହା ଦେଖିବା ପାଇଁ ସେନାର ଆବଶ୍ୟକତା ଅନୁଯାୟୀ ଏହି ପରୀକ୍ଷଣ କରାଯାଇଥିଲା। ଦୁଇ ଥର ଯାକ କ୍ଷେପଣାସ୍ତ୍ରଟି ସଠିକ୍ ଭାବରେ ଲକ୍ଷ୍ୟଭେଦ କରିଛି ଏବଂ ସମସ୍ତ ବୈଷୟିକ ମାପଦଣ୍ଡ ପୂରଣ କରିଛି।

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories