www.samajalive.in
Saturday, December 6, 2025
26.1 C
Bhubaneswar

ଟଳିନାହିଁ ନିମିଶାଙ୍କ ମୃତ୍ୟୁଦଣ୍ଡ, ସରକାର କହି​‌ଲେ ପ୍ରଘଟ ତଥ୍ୟର ସତ୍ୟତା ନାହିଁ

ସମାଜ ଡିଜିଟାଲ ଡେସ୍କ: ୟେମେନରେ କେରଳର ନର୍ସ ନିମିଶା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡାଦେଶ ଟଳିନାହିଁ। ନିମିଶାଙ୍କୁ ଫାଶୀ ଦଣ୍ଡାଦେଶରୁ କୋହଳ କରାଯାଇଥିବା ନେଇ ପ୍ରଘଟ ହେଉଥିବା ତଥ୍ୟର ସତ୍ୟାସତ୍ୟ ନାହିଁ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ସାନାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିମିଶାଙ୍କ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରାଯାଇଥିବା ନେଇ ଭାରତୀୟ ଗ୍ରାଣ୍ଡ ମୁଫତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ହେଲେ ଏହାକୁ ସରକାର ଖଣ୍ଡନ କରିଛନ୍ତି। ଏ ସମ୍ପର୍କିତ କୌଣସି ତଥ୍ୟ ସରକାରଙ୍କ ନିକଟରେ ନ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

କେରଳର ୩୭ ବର୍ଷୀୟା ନିମିଶା ୟେମେନରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଜଣେ ବ୍ୟକ୍ତିଙ୍କ ସହିତ ମିଶି ବ୍ୟବସାୟ କରୁଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତିଙ୍କୁ ନିମିଶା ହତ୍ୟା କରିଥିଲେ। ଏହି ମାମଲାରେ ୟେମେନ କୋର୍ଟ ନିମିଶାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ଜଣାପଡ଼ିବା ପରେ ଭାରତ ସରକାରଙ୍କ ପକ୍ଷରୁ ଫାଶୀ ଦଣ୍ଡ​‌ କୋହଳ କରିବାକୁ ଅନୁରୋଧ କରାଯାଇଥିଲା। ପରେ ଫାଶୀ ଦଣ୍ଡକୁ ସ୍ଥଗିତ ରଖାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories