www.samajalive.in
Friday, December 5, 2025
27.1 C
Bhubaneswar

ଜୁଆ ଖେଳ ପାଇଁ ବହୁ ପରିବାର ସର୍ବସ୍ୱାନ୍ତ

କାମାକ୍ଷାନଗର: କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଙ୍କଡ଼ାହାଡ଼ ଓ ବଟଗାଁ ସାପ୍ତାହିକ ହାଟରେ ପ୍ରତ୍ୟହ ଜୁଆ ଖେଳ ହେଉଥିବାରୁ ସଂପୃକ୍ତ ଅଞ୍ଚଳ ତଥା ଆଖପାଖ ଗ୍ରାମର ବହୁ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। କଙ୍କଡ଼ାହାଡ଼ର ସାପ୍ତାହିକ ଶୁକ୍ରବାର ହାଟରେ ପ୍ରତ୍ୟେକ ପାଳିରେ ଜୁଆଖେଳ ହେଉଥିବାବେଳେ ଏଠାକୁ କଙ୍କଡାହାଡ଼ ତଥା ଆଖପାଖ ଗ୍ରାମରୁ ବହୁ ଆଦିବାସୀ ଜୁଆଡ଼ି ଆସି ଜୁଆ ଖେଳି ସର୍ବସ୍ଵ ହରାଇଲେଣି। ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଏହି ଶୁକ୍ରବାର ହାଟ ହେଉଥିବାବେଳେ ହାଟ ମଧ୍ୟରେ ବେଧଡକ ଜୁଆ ଖେଳ ସାଧାରଣରେ ଚିନ୍ତାର କାରଣ ପାଲଟିଛି। ପୁଣି ବାଟଗାଁ ସାପ୍ତାହିକ ମଙ୍ଗଳବାର ହାଟରେ ପ୍ରତ୍ୟହ ଜୁଆ ଖେଳ ଚାଲିଥିବାରୁ ଏହି ହାଟରେ ଆଦିବାସୀମାନେ ନିର୍ଭର କରି ନିଜର ମଜୁରୀ କାମ ସାରି ଅପରାହ୍ନରେ ହାଟକୁ ଆସିଥାନ୍ତି। ନିଜର ସପ୍ତାହ ବ୍ୟାପୀ ଦିନ ମଜୁରୀ କରି ଯାହା ରୋଜଗାର କରିଥାନ୍ତି ଏହି ହାଟକୁ ନିଜର ଘର ପାଇଁ ପନି ପରିବା, ତେଲ, ଲୁଣ ଓ ଲୁଗାପଟା କିଣିବାକୁ ଆସି ଏହି ଜୁଆ ଖେଳରେ ଜୁଆ ଖେଳି ସର୍ବସ୍ୱାନ୍ତ ହେବା ପରେ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି। ଫଳରେ ଘରେ ପରିବାର ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ଘଟିବା ସ୍ୱାଭାବିକ ହୋଇଥାଏ। କଙ୍କଡ଼ାହାଡ଼ ଅଞ୍ଚଳ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଓ ମଙ୍ଗଳବାର ହାଟରେ ଜୁଆ ଖେଳ ହେଉଥିବାରୁ ବହୁ ଆଦିବାସୀ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡ଼ିଲେଣି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଜୁଆ ପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ସେ ଅଞ୍ଚଳର ସଚେତନ ନାଗରିକ ମହଲରେ ଦାବି ହେଉଛି।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories