www.samajalive.in
Saturday, December 6, 2025
26.1 C
Bhubaneswar

ନିମିଷା ପ୍ରିୟାଙ୍କ ଫାଶିଦଣ୍ଡ ବାତିଲ୍‍

ନୂଆଦିଲ୍ଲୀ: ୟେମେନରେ କେରଳୀ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ବାତିଲ୍‍ କରାଯାଇଛି । ଏନେଇ ‘ଗ୍ରାଣ୍ଡ ମୁଫତି ଅଫ୍‍ ଇଣ୍ଡିଆ’ ଅଫିସ୍‍ ପକ୍ଷରୁ ସୂଚନା ଦିଆଯାଇଛି । ତଥାପି ଗ୍ରାଣ୍ଡ ମୁଫତିଙ୍କ କାର୍ଯ୍ୟାଳୟ ଏହା ମଧ୍ୟ କହିଛି ଯେ ୟେମେନି ସରକାର ଏପର୍ଯ୍ୟନ୍ତ ସରକାରୀ ଭାବରେ ଫାଶିଦଣ୍ଡ ବାତିଲ୍‍ ନେଇ ଲିଖିତ ଭାବରେ ନିଶ୍ଚିତ କରିନାହାଁନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏପର୍ଯ୍ୟନ୍ତ ବାତିଲ ନେଇ କୌଣସି ନିଶ୍ଚିତ କରିନାହିଁ, କିନ୍ତୁ ୟେମେନର ରାଜଧାନୀ ସାନାରରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିମିଷାଙ୍କ ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଫାଶିଦଣ୍ଡ ସ୍ଥଗିତ ରଖାଯାଇଥିଲା । ଏବେ ଏହାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ।
ଏଠାରେ କହି ରଖୁଛୁ ଯେ ନିମିଷା ପ୍ରିୟା ଜଣେ ଭାରତୀୟ ନର୍ସ ଯାହାଙ୍କୁ ୟେମେନ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ନିମିଶା କେରଳର ପାଲକ୍କଡ ଜିଲାର କୋଲେଙ୍ଗୋଡର ବାସିନ୍ଦା ଏବଂ ୨୦୦୮ମସିହାରେ ଏକ ଚାକିରି ପାଇଁ ୟେମେନ ଯାଇଥିଲେ ।

ୟେମେନର ଆଇନ ଅନୁଯାୟୀ ନିମିଷା ସ୍ଥାନୀୟ ବ୍ୟବସାୟୀ ତଲାଲ ଅବଦୋ ମହଦିଙ୍କୁ ତାଙ୍କର ବ୍ୟବସାୟିକ ପାଟର୍ନର କରିଥିଲେ, କିନ୍ତୁ ୨୦୧୭ମସିହାରେ ନିମିଷାଙ୍କ ଉପରେ ତଲାତ ଅବଦୋ ମହଦିଙ୍କୁ ହତ୍ୟା କରିବାର ଅଭିଯୋଗ ଆସିଥିଲା । ନିମିଷାଙ୍କ ଅଭିଯୋଗ ଅନୁଯାୟୀ ତଲାଲ ତାଙ୍କ ଟଙ୍କା ଓ ପାସପୋର୍ଟ ଚୋରି କରି ଜବତ କରିଥିଲେ । ଏହାସହିତ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ନିମିଷା ତାଙ୍କ ପାସପୋର୍ଟ ଫେରି ପାଇବା ପାଇଁ ତଲାଲଙ୍କୁ ବେହୋସ କରିବା ପାଇଁ କେଟାମାଇନ୍‍ ଇଞ୍ଜେକସନ ଦେଇଥିଲେ । ହେଲେ ଏହାର ମାତ୍ରା ଅଧିକ ହୋଇଯିବାରୁ ତଲାଲଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୨୦୨୦ରେ ନିମିଷାଙ୍କୁ ୟେମେନ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ । ଯାହାକୁ ୨୦୨୩ମସିହରରେ ୟେମେନର ସର୍ବୋଚ୍ଚ ନ୍ୟାୟିକ ପରିଷଦ ମଧ୍ୟ ସମର୍ଥନ କରିଥିଲା । ନିମିଷା ୨୦୧୭ ମସିହାରୁ ୟେମେନର ସାନା ଜେଲରେ ବନ୍ଦୀ ଅଛନ୍ତି । ନିମିଷାଙ୍କ ଫାଶି ତାରିଖ ୧୬ଜୁଲାଇ ୨୦୨୫ ଧାର୍ଯ୍ୟ ହୋଇଥିଲା । ହେଲେ ସେହିଦିନ ଦଣ୍ଡାଦେଶ ସ୍ଥଗିତ ରଖାଯାଇଥିଲା ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories