www.samajalive.in
Saturday, December 6, 2025
14.1 C
Bhubaneswar

ନିମ୍ନମାନର ରାସ୍ତାକାମକୁ ନେଇ ଅଭିଯୋଗ, ଜିଲାପାଳ କହିଲେ- ତଦନ୍ତ ହେବ

ଧାମରା: ଭଦ୍ରକ ଜିଲା ଚରଦିଆ ପଂଚାୟତରେ ବନ୍ଦର ଏବଂ ବାଣିଜ୍ୟ ବିଭାଗ ତରଫରୁ ହେଉଥିବା ରାସ୍ତା କାମ ନିମ୍ନମାନର ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଉକ୍ତ କାର୍ଯ୍ୟର ତଦନ୍ତ କରାଯିବ ବୋଲି ଭଦ୍ରକ ଜିଲ୍ଲାପାଳ କହିଛନ୍ତି।

ସୂଚନା ଅନୁସାରେ, ଚରଦିଆ ପଂଚାୟତ ନିମତଳା ଜେଟିଠାରୁ ରାଜରାଜେଶ୍ୱର ପଲ୍ଲୀ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ କରାଯାଉଥିବା ବେଳେ ଏହାର ଆକଳନ ମୂଲ୍ୟ ୨କୋଟି ଟଙ୍କା ରହିଛି। ଏକ ଢଳେଇ ରାସ୍ତା ନିମତଳା ଜେଟୀ ପାଖରୁ ଆରମ୍ଭ ହୋଇ ରାଜରାଜେଶ୍ୱର ପଲ୍ଲୀ ପର୍ଯ୍ୟନ୍ତ  ନିର୍ମାଣାଧୀନ ଥିବା ବେଳେ ଏହି ରାସ୍ତାକୁ ସର୍ପୋଟ ଦେବା ପାଇଁ ୨ ପାର୍ଶ୍ବରେ ପାଚେରୀ ମଧ୍ୟ ନିର୍ମାଣ କରାଯାଇଥିଲା। ମାତ୍ର ଏହି ରସ୍ତା ଏବଂ ପାଚେରୀ ନିର୍ମାଣ ଶେଷ ପୂର୍ବରୁ ପାଚେରୀଟି ଗୋଟିଏ ପାଶ୍ୱର୍କୁ ଢଳି ପଡିଥିଲା। ଏହି କାର୍ଯ୍ୟ ନିମ୍ନମାନର ବୋଲି ଚରଦିଆ ପଂଚାୟତବାସୀ ଅଭିଯୋଗ ଆଣିଥିଲେ ମଧ୍ୟ ବନ୍ଦର ଏବଂ ବାଣିଜ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଏହି କଥାକୁ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ଢଳି ଯାଇଥିବା ପାଚେରୀକୁ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ଟଣକ ଦେଇ ପୁନଶ୍ଚ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଚରଦିଆ ପଂଚାୟତବାସୀଙ୍କ କଥାକୁ ବିଭାଗୀୟ ଅଧିକାରୀ ଯଥା କନିଷ୍ଠଯନ୍ତ୍ରୀ, ସହକାରୀଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ସୋମବାର ଚରଦିଆ ସରପଂଚ ନିରୁପମା ମାଝୀ ଏବଂ ପଂଚାୟତବାସୀ ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଚାନ୍ଦବାଲି ବ୍ଲକରେ ଚାଲିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରରେ ଉପସ୍ଥିତ ରହି ରାସ୍ତାର ପୁନଃ ନିର୍ମାଣ ଦାବି କରିଥିଲେ। ମାତ୍ର ଏହି ଯୁଗ୍ମ ଜନଶୁଣାଣିରେ ବନ୍ଦର ଏବଂ ବାଣିଜ୍ୟ ବିଭାଗର କେହି ପଦାଧିକାରୀ ଉପସ୍ଥିତ ନ ଥିବାରୁ  ଭଦ୍ରକ ଜିଲ୍ଲାପାଳ ବିଭାଗୀୟ ସଚିବ ଓ ନିର୍ଦେଶକଙ୍କ ସହ କଥା ହୋଇ ଚାଲିଥିବା କାର୍ଯ୍ୟର କ୍ଷେତ୍ରୀୟ ତଦନ୍ତ କରିବାକୁ କହିଥିଲେ। ନିମ୍ନମାନର  କାର୍ଯ୍ୟର ସମାଧାନ ନ ହେଲେ ଆଗାମୀ ଦିନରେ ଚରଦିଆ ପଂଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସରପଂଚ ନିରୁପମା ମାଝୀ ଚେତାବନୀ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories