www.samajalive.in
Monday, December 8, 2025
13.1 C
Bhubaneswar

ନିଃସର୍ତ୍ତ ଯୁଦ୍ଧ ବିରତି ପାଇଁ ରାଜି ହେଲେ କାମ୍ବୋଡ଼ିଆ ଓ ଥାଇଲାଣ୍ଡ: ଟ୍ରମ୍ପଙ୍କୁ ଜଣାଇଲେ ଧନ୍ୟବାଦ

ସମାଜ ଡିଜିଟାଲ ଡେସ୍କ: ନିଃସର୍ତ୍ତ ଯୁଦ୍ଧବିରତି ପାଇଁ ସହମତ ହୋଇଛନ୍ତି କାମ୍ବୋଡିଆ ଏବଂ ଥାଇଲାଣ୍ଡ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରେ ଉଭୟ ରାଷ୍ଟ୍ର ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି। ଏହା ସହିତ ଦୁଇ ଦେଶର ନେତାମାନେ ଟ୍ରମ୍ପଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି। ସୋମବାର ମଧ୍ୟରାତ୍ରିରୁ ଯୁଦ୍ଧବିରତି ଲାଗୁ ହେବ।

ଗତ ୫ ଦିନ ଧରି ସୀମା ବିବାଦକୁ କେନ୍ଦ୍ର କରି ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଯୁଦ୍ଧ ଜାରି ରହିଥିଲା। ଏଥିରେ ୩୫ ଜଣ ପ୍ରାଣ ହରାଇଥିବାବେଳେ ୨ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ୮୦୦ କିମିର ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଦଶନ୍ଧି ଧରି ବିବାଦ ଲାଗି ରହିଛି। ଏହାକୁ ନେଇ ଅନେକ ସମୟରେ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥାଏ। କିନ୍ତୁ ଚଳିତଥର ଉଭୟ ଦେଶ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥିଲେ।

- Advertisement -

ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ବନ୍ଦ କରିବାକୁ ଦୁଇ ଦେଶକୁ କଡ଼ା ଚେତାବନୀ ଦେଇଥିଲେ। ଯୁଦ୍ଧ ବନ୍ଦ ନ କଲେ ଆମେରିକା ଉଭୟ ରାଷ୍ଟ୍ର ସହିତ ବାଣିଜ୍ୟିକ କାରବାର ବନ୍ଦ କରିବ ବୋଲି ଟ୍ରମ୍ପ ଧମକ ଦେଇଥିଲେ। ଶେଷରେ ଦୁଇ ଦେଶ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ କରିଥିଲେ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories