www.samajalive.in
Friday, December 12, 2025
14.1 C
Bhubaneswar

ଆଇଏସ୍‍ଏସ୍‍ଏଫ୍‍ ବିଶ୍ୱ କପ୍‍ : ୧୦ ମିଟର ଏୟାର ରାଇଫଲସ୍‍ର ଫାଇନାଲରେ ଅପୂର୍ବୀ

ନୂଆଦିଲ୍ଲୀ : ଭାରତର ଅପୂର୍ବୀ ଚାନ୍ଦେଲା, ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡ଼ା ମହାସଙ୍ଘ (ଆଇଏସଏସ୍‍ଏଫ୍‍) ବିଶ୍ୱ କପ୍‍ର ୧୦ ମିଟର ଏୟାର ରାଇଫଲସ୍‍ ମହିଳା ବିଭାଗର ଫାଇନାଲକୁ ଉନ୍ନତି ହୋଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସେ ୬୨୯.୩ ପଏଣ୍ଟ ହାସଲ କରିଥିଲେ। ତେବେ ଏଲାଭିନିଲ୍‍ ବାଲରୈଭାନ୍‍ ଏବଂ ଅଞ୍ଜୁମ୍‍ ମୌଦଗିଲ୍‍ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି।
ଏବେ ଅନ୍ୟ ସାତ ଜଣ ବନ୍ଧୁକଚାଳନାକାରୀଙ୍କ ସହିତ ଅପୂର୍ବୀ ଫାଇନାଲରେ ଅଛନ୍ତି।
୪୪ଟି ଦେଶରୁ ୧୦୨ ଜଣ ପ୍ରତିଯୋଗୀ ୧୦ ମିଟର ରାଇଫଲ୍‍ ଚାଳନାରେ ଭାଗ ନେଇଛନ୍ତି। ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ବିଶ୍ୱ ଅଲମ୍ପିକ୍‍ ପ୍ରତିଯୋଗିତାରେ ମୌଦ୍‍ଗିଲ୍‍ ଏବଂ ଚାନ୍ଦେଲା ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍‍ କମିଟି ପାକିସ୍ତାନୀ ବନ୍ଧୁକ ଚାଳନା ପ୍ରତିଯୋଗୀମାନଙ୍କୁ ଭାରତ ଆସିବା ପାଇଁ ଭିସା ନ ଦେବା କାରଣରୁ ୨୫ ମିଟର ଫାୟାର୍‍ ପିସ୍ତଲ୍‍ ପ୍ରତିଯୋଗିତାରେ ୨ଟି ଅଲମ୍ପିକ୍‍ କୋଟାକୁ ଫେରାଇ ନେଇଛନ୍ତି। ୨୦୨୦ ଅଲମ୍ପିକ୍‍ ଖେଳପାଇଁ ଏହି ପ୍ରତିଯୋଗିତାରେ ୧୬ ପରିବର୍ତ୍ତେ ୧୪ଟି କୋଟା ରହିବ ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories