www.samajalive.in
Saturday, December 13, 2025
27.1 C
Bhubaneswar

୧୩ ବର୍ଷର ନାବଳକ ୧୦ ବର୍ଷର ନାବାଳିକାକୁ ଲେଖିଲା ପ୍ରେମପତ୍ର, ଘରଲୋକେ ପିଟାପିଟି

ରାଜକୋଟ : ୧୩ ବର୍ଷର ନାବାଳକ ଜଣେ ୧୦ ବର୍ଷର ନାବାଳିକାକୁ ପ୍ରେମପତ୍ର ଲେଖିବା ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ପରିବାରରୁ ୧୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଗୁଜରାଟ ସୁରେନ୍ଦ୍ରନଗର ଜିଲା ଗୋଲିଡା ଆନନ୍ଦପୁରରେ ଘଟିଛି। ଝିଅ ଓ ପୁଅ ଘରର ଲୋକମାନେ ଥାନାରେ ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ଅଭିଯୁକ୍ତ ନାବାଳକ ଝିଅକୁ ପ୍ରାୟ ସମୟ ହଇରାଣ କରୁଥିଲା ଓ ଆୟ ଲଭ ୟୁ କହୁଥିଲା। ଏପରିକି ଝିଅର ସ୍କୁଲ ବ୍ୟାଗରେ ପ୍ରେମପତ୍ର ଦେଉଥିଲା। ଏହାକୁ ନେଇ ଶୁକ୍ରବାର ଉଭୟ ପକ୍ଷ ମଧ୍ୟରେ ବଚସା ପରେ ଗଣ୍ଡଗୋଳ ଘଟିଥିଲା। ଆହତଙ୍କୁ ରାଜକୋଟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଝିଅର ଘରଲୋକମାନେ ଅଭିଯୋଗ କରିଛନ୍ତି ଯେ ଏନେଇ କଥା ହେଉଥିବାବେଳେ ପୁଅର ଘରଲୋକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେମାନେ ଝିଅର ଘରଲୋକଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁହାରଡ଼, ଟଶଙ୍ଗିଆ ଓ ବ୍ୟାଟରେ ଆକ୍ରମଣ କରିଥିଲେ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ପୁଅ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ଝିଅଘରର ଲୋକେ ପ୍ରଥମେ ଆକ୍ରମଣ କରିôତଲେ। ଝିଅର ଘରଲୋକମାନେ ବ୍ୟାଟ୍‍, ଲୁହାରଡ଼ ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ଆହତ ହୋଇଛନ୍ତି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories