www.samajalive.in
Thursday, December 11, 2025
18.1 C
Bhubaneswar

ବିପତ୍ତିର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ବାଣୀ ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଇଛି ଯେ, ଛାତ ଉପରେ ଯଦି କୌଣସି କାଉ ବସିଯାଏ ତେବେ ଘରକୁ କୁଣିଆଙ୍କ ଆଗମନ ହୋଇଥାଏ। କାଉକୁ ଶନି ଓ ପୂର୍ବପୁରୁଷଙ୍କ ପ୍ରତୀକ ବୋଲି କୁହାଯାଇଛି। ତେଣୁ ପିତୃପକ୍ଷରେ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ କାଉକୁ ବିଶେଷ ରୂପେ ଖାଦ୍ୟ ଦିଆଯିବାର ପରମ୍ପରା ରହିଛି। ତେଣୁ ଘରର ଆଖପାଖ କାଉ ଦେଖାଦେଲେ ଧନ ଆଗମନର ସଙ୍କେତ ମିଳିଥାଏ। ଏହାସହ ଭବିଷ୍ୟରେ ହେବାକୁ ଥିବା ଘଟଣା ସମ୍ବନ୍ଧରେ ମଧ୍ୟ ସୂଚନା ମିଳିଥାଏ।

ପାଣି ଭର୍ତ୍ତି ଥିବା ପାତ୍ର ପାଖରେ କାଉ :

- Advertisement -

ଯଦି ଆପଣଙ୍କ ଘରେ ରଖାଯାଇଥିବା ପାଣି ଭର୍ତ୍ତି ପାତ୍ରରେ ନିକଟରେ କାଉ ବସିଯାଏ ତେବେ ତାହା ଧନ ଲାଭ ହେବାର ସମ୍ଭାବନା ବୃଦ୍ଧି ହେବାର ସୂଚନା ଦେଇଥାଏ। ଏହାସହ ଆର୍ଥିକ ସ୍ଥିତି ମଜଭୂତ ହୋଇଥାଏ। ପରିବାରରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ରୁଟି ଖାଇବାକୁ ଆଗଭର :

ମୁହଁରେ ରୁଟି ଖଣ୍ଡ ଥିବା କିମ୍ବା କୌଣସି ଖାଦ୍ୟଦ୍ରବ୍ୟ ନେଇ ଯାଉଥିବା କାଉ ଯଦି ଆପଣଙ୍କ ଘରର ଛାତ ଉପରେ ବସିଯାଏ ତେବେ ଏହା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବାର ସଙ୍କେତ ଦେଇଥାଏ।

କାଉ କ୍ଷୀଣ ସ୍ବରରେ ରାବୁଥିଲେ ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ ବୋଲି କୁହାଯାଇଛି। କିନ୍ତୁ ଯଦି ସେ କର୍କଶ ସ୍ବରରେ ରାବୁଥାଏ ତେବେ ପରିବାର ସଦସ୍ୟଙ୍କ ଉପରେ କିଛି ସଙ୍କଟ ଆସିବାର ସଙ୍କେତ ଦେଇଥାଏ।

 

 

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories