www.samajalive.in
Saturday, December 6, 2025
17.1 C
Bhubaneswar

ବଟେଶ୍ୱର ପୀଠସହ ଚାରି ଖଣ୍ଡ ଗ୍ରାମକୁ ସଂଯୋଗ ପ୍ରବେଶ ପଥ ଅବସ୍ଥା ଶୋଚନୀୟ 

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ପୀଠକୁ ହୁମାଠାରୁ ସଂଯୋଗ ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଫଳରେ ଆସୁଥିବା ପର୍ଯ୍ୟଟକ ଏବଂ ବର୍ତମାନ ଶ୍ରାବଣ ମାସ ଯୋଗୁଁଁ ହଜାର ହଜାର କାଉଡିଆ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଚ ପଚ କାଦୁଅରେ ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଥିବାବେଳେ ବାଇକ ଧରି ଯିବାବେଳେ ଦୁର୍ଘଟଣା ଘଟୁଛି। ଏହି ସମସ୍ୟା ବର୍ତମାନ ବର୍ଷା ଦିନ ଯୋଗୁଁଁ ଦ୍ବିଗୁଣିତ ହୋଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସୂଚନାଯୋଗ୍ୟ ଯେ, ହୁମାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥରୁ ବଟେଶ୍ୱରକୁ ସଂଯୋଗ ରାସ୍ତା ପ୍ରବେଶ ସ୍ଥାନ ହୁମା ନିକଟରେ ବର୍ତମାନ ଓଭର ବ୍ରିଜ ନିର୍ମାଣ ପାଇଁ ରାସ୍ତା ବନ୍ଦ ହୋଇଛି। ମନ୍ଦିରକୁ ଯିବା ପାଇଁ ଯେଉଁ ସର୍ଭିସ ରୋଡ଼ ହେବା କଥା ତାହା ହୋଇନି। ଯାହା ଯିବା ପାଇଁ କରାଯାଇଛି, ତାହା ବର୍ତମାନ ଶୋଚନୀୟ ଅବସ୍ଥାରେ ରହିଛି। ଫଳରେ ସମସ୍ତଙ୍କ ପାଇଁ ଏବେ ସେହି ରାସ୍ତା ସମସ୍ୟା ପାଲଟିଛି। ଏପରିକି ସେହି ରାସ୍ତା ଉପରେ ନିର୍ଭର କରୁଥିବା ଚାରୋଟି ଗ୍ରାମ କଣ୍ଟିଆଗଡ଼, ଖଟୁଆକୁଦା, ପୋଡେମୋପେଟା, ନୀଳାଦ୍ରିପୁରର ଲୋକମାନେ ବହୁ ଅସୁବିଧାରେ ଯାତାୟତ କରୁଛନ୍ତି। ଓଭରବ୍ରିଜ ଶୀଘ୍ର ନିର୍ମାଣ ସାରିବାସହ ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତାଟି ନିର୍ମାଣ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହେଉଛି। ନଚେତ୍‌ ଆଗାମୀ ଦିନରେ ଜନସାଧାରଣ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories