ବସ୍ତା/ଅମର୍ଦ୍ଦାରୋଡ଼: ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର। ରାଜଘାଟରେ ୯.୫୫ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଅତିକ୍ରମ କରିଛି। ବସ୍ତା ବ୍ଲକର ୮ ଓ ସଦର ବ୍ଲକର ଦୁଇଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବାଲିଆପାଳ , ଭୋଗରାଇ ଓ ଜଳେଶ୍ଵର ଅଞ୍ଚଳ ସମ୍ପୂର୍ଣ୍ଣ ପାଣିଘେରରେ ରହିଛି। ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟା ଜଳ। ଆଖୁଆପଦାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ ପାଣିଘେରରେ ରହିଛି। ଅନ୍ୟପଟେ ବଣାଇ ଲହୁଣିପଦା-ବାହାଡାପଶି ରାସ୍ତାର ସୀମା ଜୋର ନିକଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ନେଇ ଲାଲେଇ, ଜକେଇକଳା ଏବଂ ଜଙ୍ଗଳା ଗାଁଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।



