www.samajalive.in
Saturday, December 6, 2025
15.1 C
Bhubaneswar

ଉଡ଼ାଣ ପୂର୍ବରୁ ଧୂଆଁମୟ ହୋଇଗଲା ବିମାନ, ପ୍ରାଣ ବିକଳରେ ଦୌଡ଼ି ବାହାରକୁ ଚାଲିଆସିଲେ ଯାତ୍ରୀ

ସମାଜ ଡିଜିଟାଲ ଡେସ୍କ: ଉଡ଼ାଣ କରିବା ପୂର୍ବରୁ ଧୂଆଁମୟ ହୋଇଗଲା ବିମାନ। ଆତଙ୍କିତ ହୋଇପଡ଼ିଲେ ଯାତ୍ରୀ। ତୁରନ୍ତ ବିମାନରୁ ବାହାରିବା ପାଇଁ ପ୍ରାଣ ବିକଳରେ ଦୌଡ଼ିବାରେ ଲାଗିଲେ। ଏଭଳି ଏକ ଦୃଶ୍ୟ ଶନିବାର ସାମ୍ନାକୁ ଆସିଛି ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ। ଲ୍ୟାଣ୍ଡିଂ ଗିଅର ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଫଳରେ ବିମାନର ଉଡ଼ାଣକୁ ବାତିଲ କରିଦିଆଯାଇଛି। ଧାଁ ଦଉଡ଼ ଯୋଗୁ ଜଣେ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆମେରିକୀୟ ଏୟାରଲାଇନ୍ସର ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ୩୦୨୩ ଡେନଭରରୁ ମିଆମି ଅଭିମୁଖେ ଯାତ୍ରା କରିବାର ଥିଲା। ହେଲେ ଉଡ଼ାଣ ଆରମ୍ଭ ପୂର୍ବରୁ ବିମାନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଲ୍ୟାଣ୍ଡିଂ ଗିଅର ଅଚଳ ହୋଇଯିବାରୁ ନିଆଁ ଲାଗି ଧୂଆଁ ସୃଷ୍ଟି ହୋଇଥିଲା। ବିମାନର ଆଭ୍ୟନ୍ତରୀଣ ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ବିମାନରେ ଥିବା ୧୭୩ ଯାତ୍ରୀ ଏବଂ ୬ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories