www.samajalive.in
Friday, December 12, 2025
15.1 C
Bhubaneswar

ବଦଳିଲେ ୩୪ ଜଣ ଉପ-ବନ ସଂରକ୍ଷକ

ଡେସ୍କ: ରାଜ୍ୟ ସରକାର ଗୁରୁବାର ୧୩ ଜଣ ଆଇଏଏସ ଅଧିକାରୀଙ୍କ ବଦଳି କରିବା ସହ ୩୪ ଜଣ ଉପ-ବନ ସଂରକ୍ଷକଙ୍କୁ ମଧ୍ୟ ବଦଳି କରିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୩୪ ଜଣ ଉପ-ବନ ସଂରକ୍ଷକଙ୍କୁ ବିଭିନ୍ନ ବନଖଣ୍ଡକୁ ବଦଳି କରାଯାଇଛି। କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ଲକ୍ଷ୍ୟରେ ଏହି ବଦଳି କରାଯାଇଥିବା ଜଣାପଡିଛି।

ବିଜ୍ଞପ୍ତି ଅନୁଯାୟୀ କ୍ଷମା ଷଡଙ୍ଗୀଙ୍କୁ ପିସିସିଏଫ ଭାବେ ବଦଳି କରାଯାଇଥିବା ବେଳେ ଦେବାର୍ଚ୍ଚନ ବେହେରାଙ୍କୁ ନୟାଗଡ ବନଖଣ୍ଡର ଉପ-ବନ ସଂରକ୍ଷକ ଭାବେ ବଦଳି କରାଯାଇଛି। ସେହିପରି କିରଣବାଳା ସାମନ୍ତରାୟଙ୍କୁ ନବରଙ୍ଗପୁର, ବିନୋଦ ଆଚାର୍ଯ୍ୟଙ୍କୁ ଚନ୍ଦକା, ଏ. ଉମା ମହେଶଙ୍କୁ ଜୟପୁର ସ୍ଥାନାନ୍ତର କରାଯାଇଛି।

- Advertisement -

ରାଜେନ୍ଦ୍ର ଗୋଚ୍ଛାୟତଙ୍କୁ ବୌଦ୍ଧ, ଦିପାପ୍ରିୟ କମ୍ପଙ୍କୁ ପିସିସିଏଫ, ଘନଶ୍ୟାମ ମୋହାନ୍ତଙ୍କୁ ବାଲିଗୁଡା, ବିଶ୍ୱରାଜ ପଣ୍ଡାଙ୍କୁ ସିଟି ଫରେଷ୍ଟ ଡିଭିଜନ, ଫାଲ୍ଗୁନୀ ସାରଥୀ ମଲିକଙ୍କୁ ପିସିସିଏଫକୁ ବଦଳି କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories