www.samajalive.in
Wednesday, December 10, 2025
26.1 C
Bhubaneswar

ଶ୍ରାବଣ ୩ୟ ସୋମବାର: ଆଖଣ୍ଡଳମଣି ପୀଠରେ କଡାକଡି ହେବ ସୁରକ୍ଷା

ଆରଡି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣ ମାସ ୩ୟ ସୋମବାରରେ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମ ହେବାକୁ ଥିବାରୁ ପୀଠରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ପରଖିବା ପାଇଁ ଗୁରୁବାର ମଧ୍ୟାହ୍ନରେ ଭଦ୍ରକ ଏସପି ମନୋଜ ରାଉତ ଆରଡି ପୀଠରେ  ପହଞ୍ଚି ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହ ମନ୍ଦିର ଭିତରେ ଓ ବାହାରେ ବ୍ୟାରିକେଡ଼ ବୁଲି ଦେଖିଥିଲେ। ବିଶେଷକରି ଜଳପଥ ଓ ସ୍ଥଳପଥରେ ଆସୁଥିବା କାଉଡ଼ିଆ ଭକ୍ତମାନଙ୍କର ସୁଗମ ଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା ସହ ପୀଠରେ ସୁରକ୍ଷା ବ୍ୟବସ୍ଥା ବଢାଯିବ ବୋଲି ଏସପି ଶ୍ରୀ ରାଉତ କହିଥିଲେ। ୩ୟ ସୋମବାରଠାରୁ ପୀଠରେ ବରିଷ୍ଠ ଅଧିକାରୀଙ୍କ ସହ ୧୫ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯିବ ବୋଲି ସୂଚନା ଦେଇଥିଲେ।

ପବିତ୍ର ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବାବା ଆଖଣ୍ଡଳମଣିଙ୍କ ପୀଠ। ଏହି ମାସରେ ହରହର ମହାଦେବଙ୍କୁ ଜଳାଭିଷେକ କଲେ ବହୁ ପୂଣ୍ଯ ମିଳିଥାଏ ସେଥିପାଇଁ ଲକ୍ଷାଧିକ କାଉଡ଼ିଆ ଭକ୍ତ ବିଭିନ୍ନ ନଦୀରୁ ଜଳ ଭାର ଧରି ଖାଲି ପାଦରେ ଚାଲିଚାଲି ଆସିଥାନ୍ତି ବାବାଙ୍କ ପୀଠକୁ। ଲକ୍ଷାଧିକ ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଶ୍ରାବଣ ସୋମବାର ପାଇଁ  ପୀଠରେ ତ୍ରିସ୍ତରୀୟ ସୁରକ୍ଷା ପାଇଁ ୧୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ହେଲେ ୩ୟ ସୋମବାରରେ  ଅଧିକ ସଂଖ୍ୟକ କାଉଡ଼ିଆ ଭକ୍ତ ଆସିବାକୁଥିବାରୁ  ପୀଠରେ ସୁରକ୍ଷା ବ୍ୟବସ୍ଥା ବଢାଯିଵା ପାଇଁ ଉଭୟ ମନ୍ଦିର ଓ ପୁଲିସ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories