www.samajalive.in
Friday, December 12, 2025
14.1 C
Bhubaneswar

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ବ୍ରିଟେନରେ ଶୋକାକୁଳ ପରିବାରକୁ ଭୁଲ ମୃତଦେହ ମିଳିଥିବା ଅଭିଯୋଗ

ଡେସ୍କ: ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୬୦ ଜଣଙ୍କ ମୃତ୍ୟୁ ହେବା ପରେ ବ୍ରିଟେନର ଅନେକ ପରିବାରକୁ ଭୁଲ ମୃତଦେହ ମିଳିଥିବା ଅଭିଯୋଗ ହୋଇଛି। ଗତ ଜୁନ ମାସରେ ଘଟିଥିବା ଏହି ଦୁର୍ଘଟଣାରେ ୫୨ ଜଣ ବ୍ରିଟିଶ ନାଗରିକ ପ୍ରାଣ ହରାଇଥିଲେ। ପରେ ସରକାରୀ ସଂସ୍ଥା ଦ୍ୱାରା ଜେନେଟିକ୍ ପରୀକ୍ଷା ଓ ଦନ୍ତ ରେକର୍ଡ ଦ୍ୱାରା ଚିହ୍ନଟ କରାଯାଇ ମୃତଦେହ ଗୁଡିକୁ ବ୍ରିଟେନ ପଠାଯାଇଥିଲା।

ତେବେ ସେଠାକାର ଦୈନିକ ସମ୍ବାଦପତ୍ର ‘ଦ ଡେଲି ମେଲ୍’ରେ ପ୍ରକାଶିତ ସମ୍ବାଦ ଅନୁଯାୟୀ, ବ୍ରିଟେନର କେତେକ ପରିବାରଙ୍କୁ ସେମାନଙ୍କ ପ୍ରିୟଜନଙ୍କ ମୃତଦେହ ପରିବର୍ତ୍ତେ ଅନ୍ୟ ମୃତଦେହ ମିଳିଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ, ଅତି କମରେ ଦୁଇଟି ମାମଲାରେ, ମୃତକଙ୍କ ପରିବାରକୁ ଭୁଲ ମୃତଦେହ ମିଳିଛି। ଅନ୍ତିମ ସଂସ୍କାର କରିବା ଲାଗି ଅପେକ୍ଷା କରିଥିବା ଗୋଟିଏ ପରିବାରକୁ ପ୍ରଦାନ କରାଯାଇଥିବା କଫିନରେ ଭୁଲ ମୃତଦେହ ଥିବା ଜଣାପଡିଛି। ସେହିଭଳି ଏକାଧିକ ବ୍ୟକ୍ତିଙ୍କ ମୃତଦେହକୁ ଏକ କଫିନରେ ଭୁଲ ଭାବରେ ଏକାଠି କରି ଏକ ପରିବାରକୁ ଦିଆଯାଇଥିଲା।

- Advertisement -

ଏହି ତ୍ରୁଟି ସମ୍ପର୍କରେ ଜଣାପଡିବା ପରେ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଭାରତୀୟ କର୍ତୃପକ୍ଷ ପ୍ରକାଶିତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏ ନେଇ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବା କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories