ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଛୁଆ ହାତୀ ସ୍ବଚ୍ଛତା ପ୍ରତି ସଚେତନ ଥିବା ଦେଖିବାକୁ ମିଳୁଛି । ଭିଡିଓରେ ଏକ ହାତୀ ଛୁଆ ନିଜ ମା’ ସହିତ ରାସ୍ତାରେ ଚାଲୁଥିବାବେଳେ ପଡିଥିବା ଏକ ଖାଲି କେନ୍ ଉଠାଇ ଡଷ୍ଟବିନରେ ପକାଉଛି । ଏହି ଭିଡିଓକୁ ସମସ୍ତେ ପସନ୍ଦ କରିବା ସହ ଲଗାତର ସେୟାର କରୁଛନ୍ତି ।
View this post on Instagram
ଭିଡିଓରେ ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । କିଛି ଲୋକ କହୁଛନ୍ତି କି ଯେଉଁ କାମ ମଣିଷମାନେ କରୁନାହାଁନ୍ତି ତାହା ଏହି ହାତୀ ଛୁଆ କରି ଦେଖାଇଛି । ଆଉ କିଛି ଲୋକ ଛୁଆ ହାତୀର ଏହି କାମକୁ ପ୍ରଶଂସା କରୁଛନ୍ତି । ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ଯେଉଁଥିରେ ଲକ୍ଷ ଲକ୍ଷ ଲାଇକ୍ ମିଳିଛି । ତେବେ ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡିନି । ଅନ୍ୟପଟେ କିଛି ୟୁଜର୍ ଏହାକୁ କୃତ୍ରିମ ବୁଦ୍ଧିମତା ଦ୍ବାରା ପ୍ରସ୍ତୁତ ଭିଡିଓ ବୋଲି କହୁଛନ୍ତି ।



