ଡେସ୍କ: ଅବସରପ୍ରାପ୍ତ ଭାରତୀୟ ରାଜସ୍ବ ସେବା ଅଧିକାରୀ ନୀତିନ ଗୁପ୍ତା ଜାତୀୟ ଆର୍ଥିକ ରିପୋର୍ଟିଂ ପ୍ରାଧିକରଣ (NFRA)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଶ୍ରୀ ଗୁପ୍ତା ଆୟକର ବିଭାଗ ଓ ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ପଦବୀଗୁଡ଼ିକରେ କାର୍ଯ୍ୟ କରିବା ସହ କରଦାତା ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ସିବିଡିଟିର ଅଧ୍ୟକ୍ଷ ଭାବରେ ଶ୍ରୀ ଗୁପ୍ତା କୃତ୍ରିମ ବୁଦ୍ଧିମତ୍ତା ଓ ଡାଟା ଆନାଲିଟିକ୍ସ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ, ପ୍ରତ୍ୟକ୍ଷ ଟିକସ-ଜିଡିପି ଅନୁପାତ ରେକର୍ଡ ସ୍ତରରେ ପହଞ୍ଚିଥିଲା।
ଅନ୍ୟପକ୍ଷରେ ଜାତୀୟ ଆର୍ଥିକ ରିପୋର୍ଟିଂ ପ୍ରାଧିକରଣ (NFRA)ର ସଦସ୍ୟମାନେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ସଦସ୍ୟମାନେ ହେଉଛନ୍ତି, ସ୍ମିତା ଝିଂଗ୍ରାନ୍, ପି ଡାନିଏଲ୍ ଓ ସୁଶୀଲ କୁମାର ଜୟସୱାଲ୍। ଗତକାଲି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜାତୀୟ ଆର୍ଥିକ ରିପୋର୍ଟିଂ ପ୍ରାଧିକରଣର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।



