www.samajalive.in
Saturday, December 6, 2025
23.1 C
Bhubaneswar

ରୁଷ ବିମାନ ଦୁର୍ଘଟଣାଗ୍ରସ୍ତ, ୪୯ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ସମାଜ ଡିଜିଟାଲ ଡେସ୍କ: ୫୦ ଯାତ୍ରୀଙ୍କ ସହିତ ନିଖୋଜ ହୋଇଯାଇଥିବା ଏକ ରୁଷୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ରୁଷର ଆମୁର ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଛି। ବିମାନର ଜଳିଯାଇଥିବା ଭଗ୍ନାଂଶକୁ ଆକାଶମାର୍ଗରୁ ଠାବ କରାଯାଇଛି। ଫଳରେ ଏଥିରେ ଯାତ୍ରା କରୁଥିବା ସମସ୍ତ ୪୯ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବିମାନରେ ୫ ଶିଶୁଙ୍କ ସମେତ ୪୩ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ରହିଥିଲେ।

ଗୁରୁବାର ବିମାନଟି ଚୀନ ସୀମାନ୍ତବର୍ତ୍ତୀ ଟାଇଣ୍ଡା ଅଭିମୁଖେ ଉଡ଼ାଣ କରୁଥିଲା। ଟାଇଣ୍ଡାଠାରୁ ଅଳ୍ପ କିଛି କିଲୋମିଟର ଦୂରରେ ଏୟାର ଟ୍ରାଫିକ କଂଟ୍ରୋଲ ରାଡାର ସହିତ ବିମାନର ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ବିମାନ ଚାଳକଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରି ନ ଥିଲା। ଏହାପରେ ଶେଷ ଲୋକେସନ ଥିବା ଅଞ୍ଚଳରେ ବିମାନକୁ ଖୋଜିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ହେଲିକପ୍ଟର ଜରିଆରେ ଆକାଶ ମାର୍ଗରୁ ବିମାନକୁ ଠାବ କରିବାକୁ ଉଦ୍ୟମ ହୋଇଥିଲା। ଶେଷରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ପଛର କାରଣ ଜଣାପଡ଼ି ନାହିଁ। ଯାନ୍ତ୍ରିକ ତ୍ରୁଟି କିମ୍ପା ଖରାପ ପାଗ ଯୋଗୁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories