ଦିଗପହଣ୍ଡି: ନିଜକୁ ଜାଳିଦେଲେ ବୃଦ୍ଧ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପାଟକୁରା ଥାନା ବଢିଆଉସ୍ତା ଗାଁରେ ଅଘଟଣ। ସୁଇସାଇଡ୍ ନୋଟ୍ ଲେଖି ବୃଦ୍ଧ ଜଣକ ନିଜକୁ ଜାଳି ଦେଇଛନ୍ତି। କିରାସିନି ଢାଳି ନିଆଁ ଲଗାଇ ଦେଇଥିବାରୁ ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଆଡପଡା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବାବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



