ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଥିବା ଆଦିବାସୀ ଓ ହରିଜନ ବିଭାଗ ଦ୍ୱାରା ପରିଚାଳିତ ପତ୍ରପୋଡ଼ା ଆଶ୍ରମ ବିଦ୍ୟାଳୟରେ ୨୮ ଜଣ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨ ଦିନ ମଧ୍ୟରେ ୮ ଜଣ ଆକ୍ରାନ୍ତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ସେଥିମଧ୍ୟରୁ ୨ ଜଣଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୨୩ ଜଣ ଆକ୍ରାନ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ହଷ୍ଟେଲରେ ଚିକିତ୍ସିତ ହେଉଛନ୍ତି। ଆଶ୍ରମ ବିଦ୍ୟାଳୟରେ ମୋଟ ୩୭୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ବୁଧବାର ଆଶ୍ରମ ବିଦ୍ୟାଳୟରେ ମେଡିକାଲ ଟିମ୍ ପହଞ୍ଚିଛି। ଖାଦ୍ୟ ଓ ପାନୀୟରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ନାୟକ କହିଛନ୍ତି। ବିଦ୍ୟାଳୟରେ ଠାକୁରମୁଣ୍ଡା ବିଡିଓ ସ୍ବପ୍ନେଶ୍ବର ବେହେରା, ଡିଡବ୍ଲ୍ୟୁ ବାରିପଦା ଏବଂ ମେଡିକାଲ ଟିମ୍ ଆଶ୍ରମ ସ୍କୁଲରେ ଥିବା ସୂଚନା ମିଳିଛି।
Popular Categories



