www.samajalive.in
Sunday, December 14, 2025
23.1 C
Bhubaneswar

ରାଜଧାନୀରେ ଗ୍ୟାସ୍‌ ଲିକ୍‌ରୁ ଦୁର୍ଘଟଣା ; ଜଳିଗଲେ ଶିଶୁ ଓ ମହିଳା

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଶୁକ୍ରବାର ସକାଳ ୭ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜାଳେଣି ଗ୍ୟାସ୍‌ ଲିକ୍‌ ହୋଇ ଘଟିଥିବା ଦୁର୍ଘଟଣାରେ ୪ବର୍ଷର ଶିଶୁ ଜନ୍ମେଜୟ ସେଠୀଙ୍କ ସହ ପଡ଼ୋଶୀ ମହିଳା ଗୋଲାପି ମହାଲିଙ୍କ ମୃତ୍ୟୁ ଘଟିଛି। ତା’ ଛଡ଼ା ଗୁରୁତର ଭାବେ ଅାହତ ହୋଇଥିବା ଶିଶୁର ପିତା ଜିତୁ ଓରଫ ଜିତେନ୍ଦ୍ର ସେଠୀ(୩୬) ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳରେ।
ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ଗ୍ରାମ ଗୋଲା ସାହିରେ ଦୀର୍ଘ ୫ବର୍ଷ ଧରି ଜିତୁ ଓରଫ ଜିତେନ୍ଦ୍ର ସେଠୀ ଭଡ଼ାଘରେ ପରିବାର ସହିତ ରହୁଥିଲେ। ସେ ଡମଣା ହାଟ ନିକଟରେ ଇଲେକ୍ଟ୍ରିକାଲ ଓ ଇଲେକ୍‌ଟ୍ରୋନିକ୍ସ ରିପ୍ୟାରିଂ ଦୋକାନ କରିଥିଲେ। ଶୁକ୍ରବାର ସକାଳୁ ଉଠି ଜିତୁଙ୍କ ପତ୍ନୀ ଫୁଲ ତୋଳିବାକୁ ଯାଇଥିଲେ। ସେତିକି ବେଳେ ଚା’ କରିବାକୁ ଜିତୁ ରୋଷେଇ ଘରକୁ ଯାଇଥିଲେ। ହେଲେ ପୂର୍ବରୁ ଗ୍ୟାସ୍‌ ପାଇପ୍‌ ଲିକ୍‍ ହୋଇ ଝରକା ନଥିବା ରୋଷେଇ ଘରେ ଗ୍ୟାସ୍‌ ଖେଳେଇ ହୋଇଥିଲା। ଭିତରୁ ଯାଇ ଗ୍ୟାସ୍‌ ଚୁଲାରେ ନିଆଁ ଲଗାଇବା ମାତ୍ରେ ଗ୍ୟାସ୍‌ ପାଇପ୍‌ରେ ନିଆଁ ଲାଗି ଆଗରେ ଥିବା ଜୋତା ଷ୍ଟାଣ୍ଡରେ ନିଆଁ ଲାଗିବା ସହିତ ପାଖରେ ଥିବା ଲୁଗାପଟାରେ ନିଆଁ ଲାଗି ଚାରିଆଡ଼େ ଖେଳେଇ ଯାଇଥିଲା। ଘଟଣାସ୍ଥଳରେ ଜୀବନ ବିକଳରେ ନିଆଁ ଜଳୁଥିବା ଅବସ୍ଥାରେ ଟାଙ୍କିକୁ ଧରି ହାରାହାରି ୨୫ଫୁଟ ଦୂରରେ ଗାଧୁଆ ଘର ପାଖକୁ ନେଇ ସେଠାରେ ଗଡ଼େଇ ପକେଇଥିଲେ। ଫଳରେ ଟାଙ୍କିରୁ ଗ୍ୟାସ୍‌ ଅଧିକ ବାହାରି ନିଆଁର ପ୍ରଭାବ ବଢ଼ିଥିଲା। ଏତିକି ବେଳେ ଜିତୁ ହାରାହାରି ୯୦ଶତକଡ଼ା ନିଆଁରେ ଜଳି ଯାଇଥିଲେ। ବାପାଙ୍କ ଏଭଳି ଚିତ୍କାର ଶୁଣି ୪ବର୍ଷର ଶିଶୁ ପୁଅ ପାଖକୁ ଦୌଡ଼ି ଆସିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ପଡ଼ୋଶୀ ଘରେ ଜଣେ ମହିଳା ଗାଧୁଆ ଘରେ ଥିଲେ। ଏଭଳି ଅବସ୍ଥାରେ ସେ ଶିଶୁଟିକୁ ଉଦ୍ଧାର କରିବାକୁ ଅାସି ସେ ମଧ୍ୟ ପୋଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବାକୁ ଆସି ବିଫଳ ହୋଇଥିଲେ।
ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ କେନ୍ଦ୍ରର ଦମକଳବାହିନୀ ନିଆଁକୁ ଆୟତ୍ତ କରିଥିଲା। ପିସିଆର ଭ୍ୟାନ୍‌ ଓ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏବଂ ଗାଁ ଲୋକଙ୍କ ସହଯୋଗରେ ମହିଳା ଓ ଶିଶୁଙ୍କୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଓ ପରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଅନ୍ୟଏକ ଘରୋଇ ହସ୍ପିଟାଲକୁ ନିଅାଯାଇଥିଲା । ଗୁରୁତର ଆହତ ଜିତୁଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଅାଯାଇଥିଲା। ଅବସ୍ଥା ଜଟିଳ ହେବାରୁ କଟକ ଏସ୍‌ସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମଧ୍ୟାହ୍ନରେ ପଡ଼ୋଶୀ ଘରର ମହିଳା ଗୋଲାପି ଏବଂ ୪ବର୍ଷର ଶିଶୁ ଜନ୍ମେଜୟଙ୍କର ମୃତ୍ୟୁ ଘଟିଥିଲା ବେଳେ ଜିତୁ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories