www.samajalive.in
Friday, December 12, 2025
15.1 C
Bhubaneswar

ରାଜ୍ୟ ରାଜପଥରେ ଦନ୍ତା, ଭାଙ୍ଗିଲେ ଘର

ଜି ଉଦୟଗିରି : ଜାତୀୟ ରାଜପଥ କଡରେ ଥିବା ପଦାସାହି ସ୍ଥିତ ପ୍ରଦୀପ ନାୟକର ଘର ଭାଙ୍ଗିବା ସହ ଦୁଇ ଦନ୍ତା ଧାନ ଖାଇ ଆସବାବ ପତ୍ର ନଷ୍ଟ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସନର ରେଟୁଡ଼ି, ମାଲାନସୁଗା, କୁର୍ମିଙ୍ଗିଆ ଓ ଦୁଗୁଡ଼ିପାରି, ଜି ଉଦୟଗିରି ସେକ୍ସନର ଡଡାପାଡ଼ା, ମାଗରଗୁଡ଼ା, ବାକୀକାମ୍ବା, ଗ୍ରେସିଙ୍ଗିଆ, ଗହନା, ବାନ୍ଦା ଓ ରୁଦାଙ୍ଗିଆ, ପାବୁରିଆ ସେକ୍ସନର ଗୁତୁଗୁଡ଼ା, ଡାମ୍ବା, ଗାଟାମାହା ଓ ଆଡାସିକୁପା ଅଞ୍ଚଳରେ ଉପଦ୍ରବ କରିବା ସହ ଆତଙ୍କ ଖେଳାଇବା ସହ ଆମ୍ବ, ପଣସ, କଦଳୀ, ଧାନ ବାଉଁଶ ଆଦି ଖାଇବା ସହ ନଷ୍ଟ କରିଦେଇଛନ୍ତି । ରବିବାର ବିଳମ୍ୱିତ ରାତିରେ ରାଜ୍ୟ ରାଜପଥ କଡରେ ଥିବା ପ୍ରଦୀପ ନାୟକଙ୍କ ଘର ଭାଙ୍ଗିଥିବା ସହ ଆସବାବ ପତ୍ର ଫିଙ୍ଗି ଫୋପାଡ଼ି ନଷ୍ଟ କରିଥିବା ଜଣାପଡ଼ିଛି। ଖବର ପାଇ ବନବିଭାଗ ପହଞ୍ଚି କ୍ଷୟ କ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲି କଳିଙ୍ଗା ସେକ୍ସନର ମାଲାନସୁଗା ପହଞ୍ଚି ଜି ଉଦୟଗିରି ବନାଞ୍ଚଳରେ ବିଭିନ୍ନ ସ୍ଥାନରେ ହୋଇଯାଇଥିବା ହାତୀ ଉପଦ୍ରବର ସମୀକ୍ଷା କରିଥିବା ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories