www.samajalive.in
Friday, December 12, 2025
15.1 C
Bhubaneswar

ଧାନ ବୋଝେଇ ଟ୍ରକ ଅଟକ, ଚୋରା ଚାଲାଣ ସନ୍ଦେହ

ଦେଓଗାଁ : ବଲାଙ୍ଗିର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ଏକ ଚାଉଳ ବୋଝେଇ ଟ୍ରକକୁ ଅଟକ ରଖା ଯାଇଥିଲା। ଏହି ଟ୍ରକକୁ ଯୋଗାଣ ବିଭାଗ ତଦନ୍ତ କରି ରିପୋର୍ଟ ଦେବା ପରେ ଚାଉଳ ଟ୍ରକଟିକୁ ଛାଡିଥିଲା ପୁଲିସ। ଏବେ ଦୁଇଟି ଛତିଶଗଡ ନମ୍ବର ଥିବା ଟ୍ରକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ। ଏହି ଦୁଇଟି ଟ୍ରକରେ  ହଜାରେ ବସ୍ତାରୁ ଅଧିକ ଧାନ ରହିଛି। ଯାହା ରାଜ୍ୟ ବାହାରୁ ଆସୁଥିଲା। ହେଲେ ଏହି ଧାନ ଗାଡ଼ି କେଉଁଠାରୁ କେଉ ସ୍ଥାନକୁ ଯାଉଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ଦେଓଗାଁ ପୁଲିସ ପେଟ୍ରୋଲିଂ କରୁଥିବାବେଳେ ଜାତୀୟ ରାଜପଥ ୨୬ରେ ଆସୁଥିବା ଦୁଇଟି ଟ୍ରାକ ହାତ ମାରି ଅଟକାଇଥିଲା। ଟ୍ରକ ଦୁଇଟିର ଡ୍ରାଇଭରଙ୍କୁ ଯାଞ୍ଚ କରିବାରୁ ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡିଥିଲା। ତେବେ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଦେଓଗାଁ ପୁଲିସ ବଲାଙ୍ଗିର ଯୋଗାଣ ବିଭାଗକୁ ତଦନ୍ତ କରିବାକୁ ସୂଚନା ଦେଇଛି। ଅନ୍ୟ ପକ୍ଷରେ ଛତିଶଗଡ ନମ୍ବର ଥିବା ଶିଜି ୦୪ ଜେଶି ୭୬୬୫ ଓ ସିଜି ୦୬ଜି ଏନ୍ ୯୧୫୧ଟ୍ରକ ରେ ଧାନ ଲୋଡ ହୋଇ ଛତିଶଗଡରୁ କଳାହାଣ୍ଡିକୁ ଯାଉଥିଲା ବୋଲି ସୂଚନା ମିଳିଛି। ଏନେଇ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କୁ ପଚାରିବାରୁ ଯାଞ୍ଚ ବେଳେ ଡ଼୍ରାଇଭର ମଦ ପିଇଥିବା ଜଣା ପଡ଼ିବାରୁ ଦୁଇଟି ଟ୍ରକ୍ଡ୍ର ଡ଼୍ରାଇଭର ନାଁରେ ମାମଲା ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories