ନୂଆଦିଲ୍ଲୀ : ଅଗଷ୍ଟରେ ନିଜ ନୂଆ ବାଇକ୍ ଲଞ୍ଚ୍ କରିବାକୁ ପ୍ରସ୍ତୁତ ହେଉଛି ଟିଭିଏସ୍ । ଏହା କମ୍ପାନୀର ବହୁ ପ୍ରତିକ୍ଷୀତ ଆପାଚେ ଆରଟିଏକ୍ସ ୩୦୦ ହୋଇପାରେ । କହିରଖୁଛୁ ନିକଟରେ କମ୍ପାନୀ ଟିଭିଏସ୍ ଆରଟିଏକ୍ସ ୩୦୦କୁ ଶୋକେସ୍ କରିଥିଲା । ଏହା ପରେ ଅନେକ ଥର ବାଇକକୁ ଟେଷ୍ଟିଂ ସମୟରେ ଦେଖିବାକୁ ମିଳିଛି ।
ଏହି ନୂଆ ବାଇକର ପାର୍ଟ୍ସ ଦେଖିବାକୁ ଏକ ଅଫ୍ ରୋଡ୍ ବାଇକ୍ ଭଳି ନଜର ଆସୁଛି । ଏହି ମୋଟରସାଇକେଲରେ ୧୯-୧୭ ଇଞ୍ଚର ଆଲୟ ହ୍ବିଲ୍ସ ଓ ରୋଡ୍ ଓରିଏଣ୍ଟେଡ୍ ଟାୟର୍ସ ମିଳିବ । ଏଥିରେ ୨୯୯ ସିସିର ଲିକ୍ବିଡ୍ କୁଲ୍ଡ ଆରଟିଏକ୍ସ ଡି୪ ଇଞ୍ଜିନ୍ ଲାଗିଛି । ଏହି ଇଞ୍ଜିନ୍ ୩୫ ବିଏଚପିର ସର୍ବାଧିକ ପାଓ୍ବର ଓ ୨୮.୫ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ । ଏହି ଇଞ୍ଜିନ୍ ୬ ସ୍ପିଡ୍ ଗିୟରବକ୍ସ ଓ ଏକ ଆସିଷ୍ଟ ସ୍ଲିପର କ୍ଲଚ୍ ସହିତ ଆସିବ । ଏଥିରେ ଟିଏଫଟି ସ୍କ୍ରିନ୍, ସ୍ବିଚେବଲ ଟ୍ରାକ୍ସନ କଣ୍ଟ୍ରୋଲ ଓ ଏବିଏସ୍ ସହିତ ଅନେକ ରାଇଡିଂ ମୋଡ୍ ସାମିଲ ହୋଇପାରେ ।



