www.samajalive.in
Friday, December 12, 2025
15.1 C
Bhubaneswar

ଭୂମିହୀନଙ୍କୁ ସ୍ଥାୟୀ ଘରପଟ୍ଟା ଦାବିରେ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

ବ୍ରହ୍ମଗିରି : ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଓଡ଼ିଶା ଭୂମିହୀନ ଦଳିତ ସଂଗ୍ରାମ ସମିତି ତରଫରୁ ବସୁନ୍ଧରା ଯୋଜନାରେ ଭୂମିହୀନ ପରିବାରକୁ ୪ ଡ଼ିସିମିଲ ଘରପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ସଂଯୋଜକ ଶ୍ୟାମଳେନ୍ଦୁ ପ୍ରଧାନ ଓ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ବ୍ରହ୍ମଗିରି ତହସିଲ ଅଧୀନରେ ରହିଥିବା ବ୍ରହ୍ମଗିରି ଏବଂ କୃଷ୍ଣ ପ୍ରସାଦ ବ୍ଲକର ୩୨ ପଞ୍ଚାୟତରୁ ଶତାଧିକ ଭୂମିହୀନ ମହିଳା ଓ ପୁରୁଷ ଆନ୍ଦୋଳନରେ ସାମିଲ ହୋଇଥିଲେ। ସକାଳ ୧୧ ଟାରୁ ଆନ୍ଦୋଳନ ଜାରି ରହିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ସଜାଗ ରହିଥିବାବେଳେ ପୁରୀ ସଦର ଏସଡିପିଓ ରବି ନାରାୟଣ ଭଞ୍ଜଏବଂ ବ୍ରହ୍ମଗିରି ଥାନା ଅଧିକାରୀନି ପ୍ରଜ୍ଞା ମହାନ୍ତି ଘଟଣାସ୍ଥଳରେ ରହିଛନ୍ତି। ଆନ୍ଦୋଳନକାରୀଙ୍କ କହିବାନୁସାରେ ପଟ୍ଟା ଦେବେ ବୋଲି ତହସିଲଦାର ବାରମ୍ବାର ଆମକୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଆମକୁ ପଟ୍ଟା ପ୍ରଦାନ କରିବେ ବୋଲି ଗତ ଜୁନ ୨ ତାରିଖ ଆନ୍ଦୋଳନ ବେଳେ ପ୍ରତିଶ୍ରୁତି ଦେଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ। ସେଥିପାଇଁ ଆମେ ଆଜି ଆନ୍ଦୋଳନ କରୁଛୁ। ଆଜି ବି ଯଦି ଆମ ଦାବି ପୂରଣ ନ ହୁଏ ଏ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ସମିତି ସଭାପତି। ଅନ୍ୟପଟରେ ଆରଆଇ ତଦନ୍ତ କରୁଛନ୍ତି।  ଭୂମିହୀନଙ୍କୁ  ଚିହ୍ନଟ କରାଯାଇ ପଟ୍ଟା ଦିଆଯିବ ବୋଲି କହିଛନ୍ତି ତହସିଲଦାର ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories