କଟରା: ଜମ୍ମୁ-କାଶ୍ମୀରର କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଏହି ସମୟରେ ସୋମବାର କଟରାର ମାତା ବୈଷ୍ଣୋ ଦେବୀ ମନ୍ଦିର ଯିବା ରାସ୍ତାରେ ଭୂସ୍ଖଳନ ଘଟିଛି । ସୂଚନା ଅନୁଯାୟୀ ଭୂସ୍ଖଳନ ଯୋଗୁଁ ଏକ ଢାବା ରାସ୍ତାରେ ପଥର ଖସିପଡିଛି । ଯାହା ଫଳରେ ଅନେକ ଲୋକ ଫସି ରହିଛନ୍ତି । ଚାରି ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ସଂଖ୍ୟା ଖବର ମିଳିନଥିବା ବେଳେ ସେଠାରେ ଅନେକ ଲୋକ ଫସି ରହିଥିବା ସମ୍ଭାବନା ଥିବାରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂସ୍ଖଳନ ଦ୍ୱାରା ପ୍ରଭାବିତ ରାସ୍ତାକୁ ଯାତାୟାତ ପାଇଁ ଅବରୋଧ କରାଯାଇଛି ।
Popular Categories



