www.samajalive.in
Friday, December 5, 2025
26.1 C
Bhubaneswar

ଲୋମଟାଙ୍କୁରା ଭିଡିଓ: ମାଆ ରିଲ୍ସରେ ବ୍ୟସ୍ତ, ଝିଅକୁ ଟାଣିନେଲା ସମୁଦ୍ର ଲହଡ଼ି

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ରିଲ୍ସ ତିଆରି କରିବାକୁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ। ରିଲ୍ସ ନିଶାରେ ଲୋକମାନେ ନିଜ ଜୀବନ ଏବଂ ନିଜ ପିଲାମାନଙ୍କର ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖାଯାଉଛି ଯେ, ରିଲ୍ସ କରିବା ନିଶାରେ ଜଣେ ମହିଳା ତାଙ୍କ ଝିଅକୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି।

ଭିଡିଓଟି ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅସାବଧାନ ମାଆକୁ ଗାଳି ଦେଉଛନ୍ତି। ତେବେ ଏହା ସ୍ପଷ୍ଟ ହୋଇପାରିନି ଯେ, ଏହି ଭିଡିଓଟି କେଉଁ ସ୍ଥାନର। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କୁନି ଝିଅଟି ବହୁତ ଖୁସି ଅଛି ଏବଂ ସମୁଦ୍ରର ଢେଉକୁ ଉପଭୋଗ କରୁଛି। ବଡ଼ ବଡ଼ ଢେଉଗୁଡ଼ିକ ତା’ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି।

- Advertisement -

ଉଚ୍ଚ ଲହଡ଼ି ଉଠୁଛି ଏବଂ ଝିଅର ମାଆ ଏହାର ଭିଡିଓ କରୁଛନ୍ତି। ବିପଦକୁ ଆଖି ଆଗରେ ଦେଖିବା ସତ୍ତ୍ୱେ ସେ ଏସବୁ କରୁଛନ୍ତି। ଏହି ସମୟରେ ହଠାତ୍ ଏକ ବଡ ଲହଡ଼ି ଆସି ଝିଅଟିକୁ ଟାଣି ନେଇଛି। ଏହା ରେ ସେଠାରେ ଉପସ୍ଥିତ ଲୋକମାନେ ଚିତ୍କାର କରୁଛନ୍ତି।

ଲୋକେ ଏହି ଭିଡିଓଟିକୁ ସାମାଜିକ ଗଣମାଧ୍ୟମରେ​‌ ଶେୟାର କରୁଛନ୍ତି। ଲୋକମାନେ କହୁଛନ୍ତି ଯେ, ଜଣେ ଏତେ ଅସାବଧାନ କିପରି ହୋଇପାରେ, ସେ ପୁଣି ଜଣେ ମାଆ। କିଛି ଲୋକଙ୍କ କହିବା କଥା, ଏହା ଏକ ପୁରୁଣା ଭିଡିଓ, ଯାହାକୁ ପୁଣି ଥରେ ଶେୟାର କରାଯାଉଛି।

ଲୋକେ ପଚାରୁଛନ୍ତି ଯେ, ଝିଅଟିର କ’ଣ ହେଲା? ସେ ମିଳିଲା କି ନାହିଁ? ଲୋକଙ୍କ କହିବାକଥା, ଏପରି ସ୍ଥାନରେ ବହୁତ ସତର୍କ ରହିବା ଉଚିତ ଏବଂ ଅସାବଧାନ ହେବା ଉଚିତ୍ ନୁହେଁ। ଏହି ଭିଡିଓଟି ଜୁନ୍ ମାସରେ ଶେୟାର କରାଯାଇଥିଲା, ଯାହା ଏବେ ଭାଇରାଲ ହେଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories