www.samajalive.in
Saturday, December 6, 2025
15.1 C
Bhubaneswar

ନାଳରେ ବୁଡ଼ି ମାଆ,ପୁଅ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ପସରା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଳରେ ବୁଡିଯାଇ ଜଣେ ମହିଳା ଏବଂ ତାଙ୍କର ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ପସରା ପଞ୍ଚାୟତ ପଖାଳଖିଆ ଗ୍ରାମ ଖଉବଣର କଇନ୍ତା ଭୋଇ (୪୫) ଓ ତାଙ୍କ ନାବାଳକ ପୁତ୍ର ଆରତ(୫)  ପାଖ ଜଙ୍ଗଲକୁ ଯାଇଥିଲେ। ବହୁ ବିଳମ୍ବ ପର୍ଯ୍ୟନ୍ତ ସେମାନେ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।
ଶେଷରେ ଜଙ୍ଗଲ ମଧ୍ୟରେ ଥିବା ଏକ ନାଳରେ ମାଆ ଓ ଶିଶୁ ପୁତ୍ର ଭାସୁଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ବ୍ରାହ୍ମଣପାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଚକାପାଦ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା ପୁଲିସ। ତେବେ କେଉଁ ପରିସ୍ଥିତିରେ ମାଆ, ପୁଅ ନାଳ ଭିତରକୁ ଖସି ପଡିଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ଘଟଣାର ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ ଏ ଏସ ଆଇ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଘଟଣା ଚକାପାଦ ସମେତ ସମଗ୍ର ବ୍ରାହ୍ମଣପାଦ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories