www.samajalive.in
Friday, December 5, 2025
20.1 C
Bhubaneswar

ପେଟ୍ରୋଲ ପମ୍ପରୁ ବଡ଼ ସୁରାକ

ବାଲେଶ୍ବର/ଭୋଗରାଇ: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାରେ ଗୁରୁବାର କ୍ରାଇମବ୍ରାଞ୍ଚ ଟିମ କଲେଜରେ ତଦନ୍ତ କରିଥିବାବେଳେ ଶୁକ୍ରବାର ବାଲେଶ୍ବରର ତାରିଣୀ ପେଟ୍ରୋଲ ପମ୍ପ ଯାଇ ତଦନ୍ତ ଆରମ୍ଭ କରିଛି। ସୌମ୍ୟାଶ୍ରୀ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଦେଇଥିବାରୁ ଏହି ଦହନଶୀଳ ପଦାର୍ଥ କେଉଁଠାରୁ ଆସିଲା ତାହାକୁ ନେଇ ଚର୍ଚ୍ଚା ବଢ଼ିବା ପରେ କ୍ରାଇମବ୍ରାଞ୍ଚ ଆଜି ସନ୍ଧ୍ୟାରେ ତାରିଣୀ ପେଟ୍ରୋଲ ପମ୍ପରେ ଖୋଳତାଡ଼ କରିଛି। ଏହାର ମ୍ୟାନେଜର ଓ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚକୁ ଗୁରୁତ୍ବ ଦେଇଥିବା ଜଣାପଡ଼ିଛି। ତାରିଣୀ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଜଣେ ଯୁବତୀ ମୁହଁରେ ଷ୍ଟୋଲ(ଓଢ଼ଣୀ) ବାନ୍ଧି ବ୍ୟାଟେରି ଚାଳିତ ସ୍କୁଟରରେ ଆସି ପ୍ଲାଷ୍ଟିକ ବୋତଲରେ ଏକ ଲିଟର ପେଟ୍ରୋଲ ନେଇଥିବା କର୍ମଚାରୀ ଜଣକ ସୂଚନା ଦେଇଛନ୍ତି। ତେବେ ସମ୍ପୃକ୍ତ ଯୁବତୀ ଜଣକ କିଏ ସେ ସମ୍ପର୍କରେ ତଦନ୍ତକାରୀ ଦଳ ଭିଡ଼ିଓ ଫୁଟେଜ ଓ ଅନ୍ୟ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ଫଳରେ କ୍ରାଇମବ୍ରାଞ୍ଚ ଟିମକୁ ଏକ ବଡ଼ ସୁରାକ ଲାଗିଥିବା କୁହାଯାଉଛି। ସମ୍ପୃକ୍ତ ଯୁବତୀଙ୍କୁ ଚିହ୍ନଟ କରି ପଚରାଉଚରା କଲେ ସେ କାହା ପାଇଁ ଓ କେଉଁ ଉଦ୍ଦେଶ୍ୟରେ ପେଟ୍ରୋଲ କିଣିଥିଲେ ତାହା ଅଧିକ ସ୍ପଷ୍ଟ ହେବ।
ପ୍ରକାଶଥାଉକି, ଏଫ୍ଏମ୍‌ କଲେଜ ଗୋଲେଇ ଛକ ନିକଟରେ ଦୁଇ ଦୁଇଟି ପେଟ୍ରୋଲ ପମ୍ପ ଥିବାରୁ ଏହିଠାରୁ କେହି ପେଟ୍ରୋଲ ଆଣିଥାଇ ପାରନ୍ତି ବୋଲି ଆଲୋଚନ ହେଉଥିଲା। ଯଦି ପେଟ୍ରୋଲ ଆଣିବାର ସୂତ୍ର ଧରାପଡ଼େ ତେବେ ମାମଲାର ୭୦% ତଦନ୍ତ ଶେଷ ହୋଇଯିବ ବୋଲି ମୃତ ସୌମ୍ୟାଶ୍ରୀଙ୍କ ଜଣେ ବାନ୍ଧବୀ ଗଣମାଧ୍ୟମକୁ ପୂର୍ବରୁ ସୂଚନା ଦେଇ ସାରିଛନ୍ତି।

ଏହି ଆଧାରରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଇମାନ କଲ୍ୟାଣ ନାୟକଙ୍କ ନେତୃତ୍ବରେ ତଦନ୍ତକାରୀ ଦଳ ତଦନ୍ତକୁ ସବୁ ଦିଗରୁ ଆଗକୁ ବଢ଼ାଉଛି। ଶୁକ୍ରବାର ପୂର୍ବାହ୍ଣରେ କ୍ରାଇମବ୍ରାଞ୍ଚ ଟିମ ଭୋଗରାଇ ବ୍ଲକ ପଳାସିଆ ଗାଁରେ ଥିବା ସୌମ୍ୟାଶ୍ରୀଙ୍କ ବାସଭବନରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। କ୍ରାଇମବ୍ରାଞ୍ଚର ୨ ଜଣିଆ ମହିଳା ଟିମ୍ ମଧ୍ୟାହ୍ନ ୧୨ଟା ୪୫ ମିନିଟରେ ପହଞ୍ଚି ମୃତା ଛାତ୍ରୀଙ୍କ ବାପା ବଳରାମ ବିଶି, ମା’ ସବିତା ଓ ଭାଇ ସୌମ୍ୟରଞ୍ଜନଙ୍କୁ ଦୀର୍ଘ ୩ ଘଣ୍ଟା ୧୫ ମିନିଟ୍ ଜଣ ଜଣ କରି ପଚରାଉଚୁରା ସାରି ଫେରିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ଏହି ତଦନ୍ତକାରୀ ଟିମ ତଦନ୍ତ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories