www.samajalive.in
Friday, December 5, 2025
20.1 C
Bhubaneswar

ବିଦ୍ୟୁତ ବିଲ୍‍ ଦେଉନାହାଁନ୍ତି ଶାସକ ଦଳ ବିଧାୟକ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନରେ ପୁଣି ଥରେ ବିଦ୍ୟୁତ୍‍ ବିଭାଗର ବଡ ଖବର ସାମ୍ନାକୁ ଆସିଛି । ରାଜସ୍ଥାନର ୨୯ ବିଧାୟକ ଏବଂ ଜଣେ ମନ୍ତ୍ରୀଙ୍କ ବିଲ୍‍ ବାକି ପଡିଥିବା ଖବର ସାମା୍ନକୁ ଆସିଛି । ସମୁଦାୟ ୩୦ଜଣଙ୍କ ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍‍ ବିଲ୍‍ ବାକି ପଡିଛି । ଏହା ବହୁ ମାସ ଧରି ପରିଶୋଧ ହୋଇନଥିବା ମଧ୍ୟ ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ ଭିଆଇପିଙ୍କ ବିଦ୍ୟୁତ ମିଟର କଣ ଅଲଗା ଭାବେ କାଲେ କି? ସରକାରୀ ନିୟମ କେବଳ ସାଧାରଣ ଲୋକଙ୍କୁ ଝଟକା ଦେବା ଲାଗି ହୋଇଛି କି?

ରାଜସ୍ଥାନ ସରକାରରେ ଯେଉଁ ବିଧାୟକ ଏବଂ ମନ୍ତ୍ରୀଙ୍କ ବିଲ୍‍ ବାକି ରହିଛି ସେମାନଙ୍କ ନାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୨୯ଜଣ ବିଧାୟକଙ୍କୁ ୩୦ଲକ୍ଷ ବିଲ ଦେବାକୁ ପଡିବ । ଏଥିରେ ଶାସକ ଦଳ ବିଜେପିର ୧୬ଜଣ ଏବଂ କଂଗ୍ରେସର ୯ଜଣ ବିଧାୟକ ରହିଛନ୍ତି । ଭାରତ ଆଦିବାସୀ ପାର୍ଟିର ୨ଜଣ ଏବଂ ସ୍ୱାଧୀନ ବିଧାୟକ ୨ଜଣ ରହିଛନ୍ତି । ଏହି ଖିଲାପୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି । କିନ୍ତୁ ସେମାନଙ୍କର ବିଦ୍ୟୁତ ସଂଯୋଗ କାଟିବା ତ ଦୂରର କଥା, ବିଦ୍ୟୁତ୍‍ ବିଭାଗ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବକେୟା ରାଶି ଆଦାୟ ପାଇଁ ନୋଟିସ୍‍ ପଠାଇବାକୁ ସାହସ କରିନାହିଁ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories