www.samajalive.in
Friday, December 5, 2025
20.1 C
Bhubaneswar

ଆମେରିକାକୁ ଭାରତର ପ୍ରଶଂସା

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁରେ ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଦ ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)କୁ ଆମେରିକା ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ଆମେରିକାର ଏହି ପଦକ୍ଷେପକୁ ଭାରତ ପ୍ରଶଂସା କରିଛି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ପୋଷ୍ଟ କରି ଲେଖିଛନ୍ତି, ଏହି ନିଷ୍ପତ୍ତି ଭାରତ ଏବଂ ଆମେରିକାର ଆତଙ୍କବାଦ ନିରୋଧ ସହଯୋଗ କ୍ଷେତ୍ରରେ ଏକ ଦୃଢ଼ ପଦକ୍ଷେପ। ଟିଆରଏଫ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ସେ ଆମେରିକାର ବୈଦେଶିକ  ସଚିବ ମାର୍କୋ ରୁବିଓଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପହଲଗାଓଁ ଆକ୍ରମଣ ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲା।

ସୂଚନାଯୋଗ୍ୟ, ଆମେରିକାର ବୈଦେଶିକ ବିଭାଗ ଏକ ବିବୃତି ଜାରି କରି ଟିଆରଏଫକୁ ବିଦେଶ ଆତଙ୍କବାଦୀ ସଂଗଠନ(ଏଫଟିଓ) ଏବଂ ସ୍ଵତନ୍ତ୍ର ଭାବେ ନାମିତ ବିଶ୍ଵ ଆତଙ୍କବାଦୀ(ଏସଡିଜିଟି) ବୋଲି ଘୋଷଣା କରିଥିଲା। ଟିଆରଏଫ ହେଉଛି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା(ଏଲଇଟି)ର ସହଯୋଗୀ ସଂଗଠନ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories