www.samajalive.in
Saturday, December 6, 2025
26.1 C
Bhubaneswar

୧୬ ବର୍ଷକୁ ହ୍ରାସ ପାଇବ ମତଦାନ ବୟସ

ଲଣ୍ଡନ: ବ୍ରିଟେନ ସରକାର ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିବାକୁ ଯାଉଛନ୍ତି। ଏହି ପ୍ରସଙ୍ଗରେ ମତଦାନ ବୟସ ୧୬ ବର୍ଷକୁ ହ୍ରାସ କରିବାକୁ ପ୍ରସ୍ତାବ ଆଗତ କରାଯିବ। ବ୍ରିଟିଶ ପାର୍ଲାମେଣ୍ଟର ଅନୁମୋଦନ ପରେ ଏହା ଆଇନରେ ପରିବର୍ତ୍ତନ ହେବ। ବର୍ତ୍ତମାନ ୧୬ ଓ ୧୭ ବର୍ଷର ଯୁବଗୋଷ୍ଠୀ ସେନା ସମେତ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାରୁ ସେମାନଙ୍କୁ ମତଦାନର ସୁଯୋଗ ମିଳିବା ଉଚିତ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର ଯୁକ୍ତି ଦର୍ଶାଇଛନ୍ତି। ଏହି ପ୍ରସ୍ତାବ ଆଇନରେ ପରିଣତ ହେଲେ ଇଂଲଣ୍ଡ, ସ୍କଟଲାଣ୍ଡ ଏବଂ ୱେଲସରେ ଏହାକୁ କାର୍ଯ୍ୟକାରୀ କରାଯିବ। ଯୁବବର୍ଗଙ୍କୁ ମତଦାନ ପ୍ରକ୍ରିୟାରେ ସାମିଲ କରାଗଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଅଧିକ ସୁଦୃଢ ହେବ ବୋଲିି ବ୍ରିଟେନର ଉପ-ପ୍ରଧାନମନ୍ତ୍ରୀ ଆଞ୍ଜେଲା ରେନର ଆଶାବ୍ୟକ୍ତ କରିଛନ୍ତି। ପୁନଶ୍ଚ ଭୋଟର ପରିଚୟ ପତ୍ର ପ୍ରସ୍ତୁତିରେ ମଧ୍ୟ ପରିବର୍ତ୍ତନ କରାଯିବ। ଯାହାଦ୍ବାରା ସେଥିରେ ଜାଲିଆତି ହୋଇପାରିବ ନାହିଁ। ଏହାବ୍ୟତୀତ ରାଜନୈତିକ ଦଳକୁ ମିଳୁଥିବା ଚାନ୍ଦା ନିମୟକୁ ମଧ୍ୟ ସଂଶୋଧନ କରାଯିବ। ୫୦୦ ପାଉଣ୍ଡରୁ ଅଧିକ ଅର୍ଥ ଦାନ କରୁଥିବା ବ୍ୟକ୍ତିବିଶେଷ ଏବଂ କମ୍ପାନୀକୁ ଯାଞ୍ଚ କରାଯିବ। ସୂଚନାଯୋଗ୍ୟ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ହାର ୫୯.୭ ପ୍ରତିଶତ ରହିଥିଲା। ୨୦୦୧ ପରଠାରୁ ଏହା ସର୍ବନିମ୍ନ ବୋଲି କୁହାଯାଇଛି। ଯଦି ୨୦୨୯ ନିର୍ବାଚନ ପୂର୍ବରୁ ଏଭଳି ସଂସ୍କାର ଅଣାଯାଏ, ତେବେ ମତଦାନ ହାର ନିଶ୍ଚିତଭାବେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବ୍ରାଜିଲ, ଆର୍ଜେଣ୍ଟିନା, ଇକ୍ବେଡର, କ୍ୟୁବା, ଅଷ୍ଟ୍ରିଆ, ନିକାରାଗୁଆ ଏବଂ ମାଲଟା ଭଳି ଦେଶରେ ମତଦାନର ସର୍ବନିମ୍ନ ବୟସ ୧୬କୁ ଧାର୍ଯ୍ୟ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories